ଓଡିଶା

odisha

IND vs SA: ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍‌

By

Published : Jan 14, 2022, 5:18 PM IST

Updated : Jan 14, 2022, 6:16 PM IST

south africa won by 7 wickets, seal series 2-1

ଦକ୍ଷିଣ ଆଫ୍ରିକା ମାଟିରେ ଟିମ ଇଣ୍ଡିଆର ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ଧୁଳିସାତ୍‌ ହୋଇଛି । କେପ୍‌ ଟାଉନ ଟେଷ୍ଟକୁ 7 ୱିକେଟରେ ଜିତିବା ସହ ୨-୧ରେ ସିରିଜ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା ।

କେପ୍‌ ଟାଉନ୍‌: ଦକ୍ଷିଣ ଆଫ୍ରିକା ମାଟିରେ ଟିମ ଇଣ୍ଡିଆର ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ଧୁଳିଶାତ୍‌ ହୋଇଛି । କେପ୍‌ ଟେଉନ ଟେଷ୍ଟକୁ ୱିକେଟରେ ଜିତିବା ସହ ୨-୧ରେ ସିରିଜ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଟେଷ୍ଟକୁ ଭାରତ ୧୧୩ ରନ୍‌ରେ ଜିତିଥିଲା ମାତ୍ର ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଓ ତୃତୀୟ ଟେଷ୍ଟରେ ବିଜୟୀ ହେବା ସହ ସିରିଜ ହାତେଇଛି ।

ଚତୁର୍ଥ ଦିନ ଲଞ୍ଚ୍‌ ବ୍ରେକ୍‌ ପରେ ଘରୋଇ ଟିମ ବିଜୟ ପାଇଁ ୪୧ ରନ୍‌ ଆବଶ୍ୟକ କରୁଥିଲା । ତେମ୍ବା ବାଭୁମା ବିଜୟୀ ସଟ୍‌ ଖେଳି ମ୍ୟାଚ୍‌ ଶେଷ କରିଥିଲେ । ଫଳରେ ତୃତୀୟ ଟେଷ୍ଟରେ ଭାରତ ୭ ୱିକେଟର ପରାଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ବିଜୟ ସ୍ବପ୍ନ ମଉଳିଯାଇଥିଲା ।

ଚତୁର୍ଥ ଦିନର ପ୍ରଥମ ସେସନରେ ଦକ୍ଷିଣ ଆଫ୍ରିକା ୭୦ ରନ୍‌ ସଂଗ୍ରହ କରିବା ସହ ଗୋଟିଏ ୱିକେଟ ହରାଇ ବିଜୟ ସୁନିଶ୍ଚିତ କରିଥିଲା । ଏଥିସହ ମ୍ୟାଚ୍‌ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ଲଞ୍ଚ୍‌ ପରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୭୧/୩ ରହିଥିଲା । ରସି ଭାନ ଡର୍‌ ଡସନ ଓ ତେମ୍ବା ବାଭୁମା ଯଥାକ୍ରମେ ୨୨ ଓ ୧୨ ରନ୍‌ରେ ଅପରାଜିତ ରହିଥିଲେ ।

ଏହାମଧ୍ୟ ପଢନ୍ତୁ: COVID Surge: ମହାମାରୀ କାଳରେ କ୍ରିକେଟ ଆହ୍ବାନ, ଆଶଙ୍କାରେ ଭାରତ-ଇଣ୍ଡିଜ ବାରବାଟୀ T-20

ତୃତୀୟ ଦିନର ଅସମାପ୍ତ ସ୍କୋରରୁ ଦ୍ବିତୀୟ ଇଂନିସ ବ୍ୟାଟିଂ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ତୃତୀୟ ୱିକେଟ ଯୋଡିରେ ପିଟରସନ ଓ ଡସନ ୫୪ ରନ୍‌ ଯୋଡିଥିଲେ । ଶାର୍ଦ୍ଦୁଳ ଠାକୁର ପିଟରସନଙ୍କୁ ୮୨ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ କରିଥିଲେ ମାତ୍ର ଭାରତ ପାଇଁ ଏହି ସଫଳତା ବହୁତ ବିଳମ୍ବ ହୋଇସାରିଥିଲା । ଗୁରୁବାର ଏଲଗାର ଓ କିଗାନ ଦକ୍ଷିଣ ଆଫ୍ରିକାକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୨୨୩ ଓ ୧୯୮; ଦକ୍ଷିଣ ଆଫ୍ରିକା ୨୧୦ ଓ ୨୧୨/୩(କିଗାନ ପିଟରସସନ ୮୨, ଡିଲ ଏଲଗାର ୪୧*; ଶାର୍ଦ୍ଦୁଳ ଠାକୁର ୧-୨୨) ।

ANI

Last Updated :Jan 14, 2022, 6:16 PM IST

ABOUT THE AUTHOR

...view details