ଓଡିଶା

odisha

WPL 2023: କ୍ରିକେଟରଙ୍କୁ ମନ୍ତ୍ର ଦେବେ ସାନିଆ, RCB ମେଣ୍ଟର ନିଯୁକ୍ତ

By

Published : Feb 15, 2023, 1:49 PM IST

ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ଗୁରୁ ଦାୟିତ୍ବ ମିଳିଛି । ଟେନିସ ଖେଳାଳି ଏବେ କ୍ରିକେଟରଙ୍କୁ ଗୁରୁମନ୍ତ୍ର ଦେବେ । ମହିଳା ଆଇପିଏଲ ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ତାଙ୍କୁ ପରାମର୍ଶଦାତା ଭାବେ ନିୟୁକ୍ତ କରିଛି । ଅଧିକ ପଢନ୍ତୁ

rcb appoint sania mirza as mentor
ସାନିଆ ମିର୍ଜା ଆରସିବି ମେଣ୍ଟର ନିଯୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କୁ ମହିଳା ଆଇପିଏଲ ପାଇଁ ଗୁରୁ ଦାୟିତ୍ବ ଦିଆଯାଇଛି । RCB ଦଳର ମେଣ୍ଟର ବା ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ସାନିଆ ମିର୍ଜା । ଟେନିସରେ ଦମଦାର ପ୍ରଦର୍ଶନ କରୁଥିବା ଷ୍ଟାର ଖେଳାଳି ଏବେ କ୍ରିକେଟରେ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେବେ । ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳିଙ୍କ ମନୋବଳ ବଢାଇବେ ସାନିଆ । 6ଟି ଗ୍ରାଣ୍ଡସ୍ଲାମ ଓ 43 ଥର WTA ଟାଇଟଲ ହାତେଇଥିବା ସାନିଆ ଗତ ମାସରେ ତାଙ୍କ ଶେଷ ଗ୍ରାଣ୍ଡ ସ୍ଲାମ ଖେଳିଥିଲେ ।

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓପନ ପରେ ଟେନିସରୁ ବିଦାୟ ନେଇଥିଲେ । ଅଷ୍ଟ୍ରେଲିଆ ଓପନ ମିଶ୍ରିତ ବର୍ଗରେ ରୋହନ ବୋପନ୍ନାଙ୍କ ସହ ସାନିଆଙ୍କ ଯୋଡି ରନର୍ସଅପ ହୋଇଥିଲା । ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସଙ୍କଠୁ ‍ମିକ୍ସଡ ଡବଲ୍ସରେ ପରାସ୍ତ ହୋଇଥିଲେ । ଟେନିସରୁ ଅବସର ନେବା ପରେ ଏବେ ମହିଳା ଆଇପିଏଲ ପାଇଁ ଆରସିବି ଦଳ ସହ ଯୋଡି ହୋଇଛନ୍ତି ସାନିଆ । RCBର ମେଣ୍ଟର ଭାବେ ସାନିଆଙ୍କୁ ଦାୟିତ୍ବ ମିଳିଛି । ନୂଆ ଭୂମିକା ତୁଲାଇବେ ସାନିଆ ।

ଏହି ବି ପଢନ୍ତୁ...Womens IPL Auction 2023 : ବିକ୍ରି ହେଲେ 87 ଖେଳାଳି, ବିକ୍ରି ହେଲେନି ଓଡ଼ିଶା ଖେଳାଳି

RCB ମହିଳା ଦଳରେ ସାମିଲ ହେବାପରେ ସାନିଆ ମିର୍ଜା କହିଛନ୍ତି, "ଆରସିବି ଦଳରେ ସାମିଲ ହେବା ମୋ ପାଇଁ ଖୁସିର ବିଷୟ । ମହିଳା ପ୍ରିମିୟର ଲିଗ ଭାରତୀୟ କ୍ରିକେଟରଙ୍କୁ ଆହୁରି ଆଗକୁ ନେବ । ଖେଳାଳିଙ୍କ ମନୋବଳ ବଢାଇବା ନିମନ୍ତେ ନିଶ୍ଚୟ ପଦକ୍ଷେପ ନେବି ।"

ମାର୍ଚ୍ଚ 4 ତାରିଖରୁ ମହିଳା ଆଇପିଏଲ ଆରମ୍ଭ ହେବ । 5 ତାରିଖରେ ଦିଲ୍ଲୀ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଆରସିବି । ମହିଳା ଆଇପିଏଲର ଉଦଘାଟନୀ ମ୍ୟାଚରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଖେଳାଯିବ । RCBରେ ସ୍ମୃତି ମାନ୍ଧନା ରହିଛନ୍ତି ଯିଏକି ମହିଳା ଆଇପିଏଲର ସବୁଠୁ ଦାମୀ ଖେଳାଳି । 3.2 କୋଟି ଟଙ୍କା ଦେଇ ଆରସିବି ତାଙ୍କୁ କ୍ରୟ କରିଛି । ମାର୍ଚ୍ଚ 26ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । ମୋଟ 22ଟି ମ୍ୟାଚ ଖେଳାଯିବ । ଗତ 13 ତାରିକରେ ମହିଳା ଆଇପିଏଲ ନିଲାମୀ ଶେଷ ହୋଇଥିଲା । ମୋଟ 87 ଖେଳାଳି କ୍ରୟ ହୋଇଥିଲେ ।

ପ୍ରକାଶ ଥାଉ କି, ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । ସାନିଆ ପ୍ରଥମ ଭାରତୀୟ ଭାବେ 2005ରେ ପ୍ରଥମ ଥର ପାଇଁ WTA ସିଙ୍ଗଲ୍ସ ଟାଇଟଲ ଜିତିଥିଲେ ।

ABOUT THE AUTHOR

...view details