ETV Bharat / sports

Womens IPL Auction 2023 : ବିକ୍ରି ହେଲେ 87 ଖେଳାଳି, ବିକ୍ରି ହେଲେନି ଓଡ଼ିଶା ଖେଳାଳି

author img

By

Published : Feb 14, 2023, 12:52 PM IST

ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଶେଷ ହୋଇଛି । ମୁମ୍ବାଇର ଜିଓ କନଭେସନ ସେଣ୍ଟରରେ ନିଲାମୀ ପ୍ରକ୍ରିୟା ଶେଷ ହୋଇଛି । ନଜର ପକାନ୍ତୁ ନିଲାମୀ ଖେଳାଳିଙ୍କ ତାଲିକା ଉପରେ । ଅଧିକ ପଢନ୍ତୁ

wpl Auction player sold list
Womens IPL Auction 2023

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍‌ ପ୍ରଥମ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଶେଷ ହୋଇଛି । ଏହି ମହା ନିଲାମୀରେ ଭାରତୀୟ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା ସବୁଠୁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ତାଙ୍କୁ 3 କୋଟି 40 ଲକ୍ଷ ଟଙ୍କାରେ କ୍ରୟ କରିଛି । ମାନ୍ଧନାଙ୍କୁ କିଣିବାକୁ ମୁମ୍ବାଇ ଓ ବାଙ୍ଗାଲୋର ମଧ୍ୟରେ ପ୍ରତିନ୍ଦ୍ବନ୍ଦିତା ହୋଇଥିଲା । ଭାରତୀୟ ଅଧିନାୟିକା ହରମପ୍ରୀତଙ୍କୁ ମୁମ୍ବାଇ 1.8 କୋଟି ଟଙ୍କାରେ କ୍ରୟ କରିଥିଲା । ସେହିପରି ଦିପ୍ତୀ ଶର୍ମାଙ୍କୁ ୟୁପିଡବ୍ଲୁ 2.6 ଟଙ୍କାରେ କିଣିଥିବା ବେଳେ ଜେମିମାଙ୍କୁ 2.2 କୋଟି ଟଙ୍କାରେ ଦିଲ୍ଲୀ କ୍ରୟ କରିଛି । ନିଲାମୀରେ ମୋଟ 87 ଖେଳାଳି ବିକ୍ରି ହୋଇଥିବା ବେଳେ 30 ଜଣ ବିଦେଶୀ ଖେଳାଳି ରହିଛନ୍ତି । ଜଣେ ହେଲେ ବି ଓଡିଆ ଖେଳାଳି ବିକ୍ରି ହୋଇନାହାନ୍ତି । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଆଶ୍‌ଲେ ଗାର୍ଡନର ସବୁଠୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି । ଗୁଜୁରାଟ ଗାର୍ଡନରଙ୍କୁ କ୍ରୟ କରିଛି । ନଜର ପକାନ୍ତୁ ମହିଳା ଆଇପିଏଲ ଖେଳାଳି ନିଲାମୀ ତାଲିକା ଉପରେ ।

ଏହା ବି ପଢନ୍ତୁ...WPL 2023 Auction: RCBକୁ ଗଲେ ମାନ୍ଧାନା-ରେଣୁକା ସିଂହ, MI କ୍ୟାମ୍ପ୍‌ରେ ହରମନପ୍ରୀତ କୌର

ଟପ କ୍ରୟ ଭାରତୀୟ ଖେଳାଳି...

ସ୍ମୃତି ମାନ୍ଧନା-3.4 କୋଟି, ଆରସିବି

ଦିପ୍ତୀ ଶର୍ମା- 2.6 କୋଟି, ୟୁପିଡବ୍ଲୁୟ

ଜେମିମା ରୋଡ୍ରିଗ୍ସ- 2.2 କୋଟି, ଦିଲ୍ଲୀ

ଶେଫାଳି ବର୍ମା- 2କୋଟି, ଦିଲ୍ଲୀ

ପୂଜା ବସ୍ତ୍ରାକର-1.9 କୋଟି, ମୁମ୍ବାଇ

ରିଚା ଘୋଷ-1.9କୋଟି, ଆରସିବି

ହର୍ମନପ୍ରୀତ କୌର-1.8 କୋଟି, ମୁମ୍ବାଇ

ରେଣୁକା ସିଂହ- 1.50 କୋଟି, ଆରସିବି

ୟାସ୍ତିକା ଭାଟିଆ-1.5 କୋଟି, ଦିଲ୍ଲୀ

ଦେବିକା ବୈଦ୍ୟ-1.4 କୋଟି, ୟୁପିଡବ୍ଲୁୟ

ଟପ କ୍ରୟ ବିଦେଶୀ ଖେଳାଳି...

ଆଶଲେ ଗାଡନର- 3.2 କୋଟି, ଗୁଜୁରାଟ

ନିତାଲି ସ୍କିଭର- 3.2 କୋଟି, ମୁମ୍ବାଇ

ବେଥ ମୁନୀ- 2 କୋଟି, ଗୁଜୁରାଟ

ସୋଫି ଏକ୍ସଲେଷ୍ଟୋନ- 1.8 କୋଟି,

ଏଲିସି ପେରୀ-1.7 କୋଟି, ଆରସିବି

ମାରିଜେନ କାପ୍ପ- 1.5 କୋଟି, ଦିଲ୍ଲୀ

ତାହିଲ ମ୍ୟାଗ୍ର- 1.4 କୋଟି, ୟୁପିଡବ୍ଲୁୟ

ସବନିମ ଇସମାଇଲ- 1.4 କୋଟି, ୟୁପିଡବ୍ଲୁୟ

ମେଗ ଲାନିଂ- 1.1 କୋଟି, ଦିଲ୍ଲୀ

ଆମେଲି କେର- 1 କୋଟି,ମୁମ୍ବାଇ

ମହିଳା ପ୍ରିମିୟର ଲିଗ୍‌ ନିଲାମୀ ପ୍ରକ୍ରିୟାରେ ଓଡିଆ ଖେଳାଳିଙ୍କୁ ନିରାଶ ହେବାକୁ ପଡିଛି । ମୋଟ 12 ଜଣ ଓଡିଆ ମହିଳା ଖେଳାଳି ନାମ ପଞ୍ଜୀକରଣ କରିଥିଲେ ମାତ୍ର ଚୂଡାନ୍ତ ତାଲିକାରେ ମୋଟ 8 ଜଣଙ୍କ ନାମ ଥିଲେ ବି କେହି ଜଣେ ବି ଖେଳାଳି କ୍ରୟ ହୋଇନଥିଲେ । ଗୋଟିଏ ବି ଫ୍ରାଞ୍ଜାଇଜ ଓଡିଆ ଖେଳାଳିଙ୍କୁ କିଣିବାକୁ ମନ ବଳାଇ ନଥିଲେ । ଓଡିଆ ଖେଳାଳିଙ୍କ ବେସ ପ୍ରାଇସ 10ରୁ ଆରମ୍ଭ କରି 30 ଲକ୍ଷ ଯାଏଁ ଥିଲା । ଆସନ୍ତା ମାର୍ଚ୍ଚ 4 ତାରିଖରୁ ମହିଳା ପ୍ରିମିୟର ଲିଗ୍‌ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.