ହାଇଦ୍ରାବାଦ: ବିଶ୍ବକପରେ ବାଂଲାଦେଶ ବିପକ୍ଷରେ ଚତୁର୍ଥ ମ୍ୟାଚ୍ ଖେଳି ବିଜୟୀ ହୋଇଛି ଭାରତ । ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଭାରତ ଏହି ବିଜୟ ହାସଲ କରିଛି । ତେବେ ଶତକ ହାସଲ କରିବା ଶେଷ ମୁହୁର୍ତ୍ତର ବିରାଟ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଓଭର ବାକି ରହିଥିଲେ ଦଳକୁ ବିଜୟ କରିବାର ଯେତିକି ରନ ଦରକାର ଥିଲା ଶତକ ହାସଲ ପାଇଁ ମଧ୍ୟ ବିରାଟଙ୍କୁ ସେତିକି ରନ ଆବଶ୍ୟକ ଥିଲା । ତେଣୁ ଫିଲ୍ଡରେ ବିରାଟ ମାପି ଚୁପି ରନ୍ ନେଉଥିବା ଦେଖିବାକୁ ମିଳିଥିଲା । ଶେଷ ମୂହୁର୍ତ୍ତରେ ସେ ସିଙ୍ଗଲ ନେବାକୁ କେଏଲ ରାହୁଲଙ୍କୁ କହିଥିଲେ ମଧ୍ୟ ସେ ମନା କରି ଦେଇଥିଲେ । ଏହାପରେ ଛକା ମାରି ଦଳକୁ ବିଜୟୀ କରିବା ସହ ଶତକ ହାସଲ କରିଥିଲେ କୋହଲି । ତେଣୁ ଭାରତର ବିଜୟଠାରୁ କୋହଲିଙ୍କ ଶତକକୁ ନେଇ ଅଧିକ ଚର୍ଚ୍ଚା ।
World Cup 2023: ସିଙ୍ଗଲ ନେବାକୁ କୋହଲିଙ୍କୁ ମନା କରି ଦେଇଥିଲେ ରାହୁଲ
Published : Oct 20, 2023, 8:39 AM IST
ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲିଙ୍କ ଦମଦାର ଶତକ। ମ୍ୟାଚ ପରେ ଏମିତି କହିଲେ ରାହୁଲ। ଅଧିକ ପଢନ୍ତୁ
ଖେଳ ଶେଷ ହେବା ପରେ କେ.ଏଲ୍ ରାହୁଲ କହିଛନ୍ତି ଯେ, ଶେଷ ମୂହୁର୍ତ୍ତରେ ମୋତେ କୋହଲି ସିଙ୍ଗଲ ନେବାକୁ କହିଥିଲେ, ମୁଁ କିନ୍ତୁ ମନା କରି ଦେଇଥିଲି । ବିରାଟ କହିଥିଲେ, ଯଦି ସେ ସିଙ୍ଗଲ ନନିଅନ୍ତି ତେବେ ଖରାପ ହେବ, ଲୋକ ମାନେ ଭାବିବେ ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଛି । ଏହାପରେ ମୁଁ କହିଥିଲି ଆମେ ଅତି ସହଜରେ ଜିତିବା, ତୁମେ ସଟ୍ ଖେଳ ଓ ଶତକ ପୂରଣ କର । ଜିତିବା ପାଇଁ ଆଉ 2 ରନ ଆବଶ୍ୟକ ଥିବାରୁ ବିରାଟ ଛକା ମାରି ଶତକ ପୂରଣ କରିବା ସହ ଦଳକୁ ବିଜୟ ଭେଟି ଦେଇଥିଲେ ।
ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି 97 ବଲ୍ ଖେଳି 6ଟି ଚୌକା ଓ 4ଟି ଚୌକା ସହ 103 ରନ୍ ସଂଗ୍ରହ କରିଥିଲେ । ଶତକ ପୂରଣ କରିବାକୁ କୋହଲିଙ୍କୁ ରାହୁଲ ସହଯୋଗ କରିଥିବା ଫିଲ୍ଡରେ ଦେଖିବାକୁ ମିଳିଥିଲା । ଦିନିକିଆ ମ୍ୟାଚ୍ରେ ଏହା ତାଙ୍କର 48ତମ ଶତକ ହୋଇଥିବା ବେଳେ 78ତମ ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି । କୋହଲିଙ୍କ ଦମଦାର ଶତକ ଫଳରେ ଭାରତ ନିଜର ବିଜୟଧାରା ବଜାୟ ରଖିଛି । ବର୍ତ୍ତମାନ ସୁଦ୍ଧା ବିଶ୍ବକପରେ ଭାରତ 4ଟି ମ୍ୟାଚ୍ ଖେଳିଥିବା ବେଳେ 4ଟିରେ ବିଜୟ ହାସଲ କରିଛି ।