ETV Bharat / sports

World Cup 2023: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26K ରନ୍‌

author img

By ETV Bharat Odisha Team

Published : Oct 19, 2023, 10:23 PM IST

ପୁଣି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି । ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26 ହଜାର ରନ୍‌ । ଅଧିକ ପଢନ୍ତୁ

World Cup 2023
World Cup 2023

ମୁମ୍ବାଇ: ଆଜି (ଗୁରୁବାର) ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ ଭାରତୀୟ ଷ୍ଟାର ବ୍ୟାଟର୍‌ ବିରାଟ କୋହଲି । ବିରାଟ ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୨୬ ହଜାର ରନ୍‌ ସଂଗ୍ରହ କରିଛନ୍ତି । ସଚିନଙ୍କୁ ଦ୍ରୁତତମ ୨୬ ହଜାର ରନ ସଂଗ୍ରହ ଲାଗି ୬୦୧ ମ୍ୟାଚ‌୍‌ ଲାଗିଥିବା ବେଳେ ବିରାଟ ମାତ୍ର ୫୬୭ ଇନିଂସରେ ଏହି ଟାର୍ଗେଟ ପାର କରିଛନ୍ତି । ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଏହି ରେକର୍ଡ କରିଛନ୍ତି କୋହଲି ।

ଏହା ବ୍ୟତୀତ ବିରାଟ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେଙ୍କୁ ଅତିକ୍ରମ କରି ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସର୍ବକାଳୀନ ଚତୁର୍ଥ ଦ୍ରୁତତମ ରନ୍ ସଂଗ୍ରହକାରୀ କ୍ରିକେଟର ହୋଇପାରିଛନ୍ତି । କୋହଲି ଯେତେବେଳେ ବାଂଲାଦେଶ ବିପକ୍ଷ ଇନିଂସର ୩୪ତମ ରନ୍ ନେଇଥିଲେ ସେତେବେଳେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ । ଏହି ତାଲିକାରେ କ୍ରିକେଟ୍ ଆଇକନ୍ ସଚିନ୍ ତେନ୍ଦୁଲକର ଶୀର୍ଷରେ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ରନ୍‌ ସଂଗ୍ରହକାରୀଙ୍କ ମଧ୍ୟରେ ଶୀର୍ଷରେ ସଚିନ ରହିଛନ୍ତି । ସେ ୬୬୪ ମ୍ୟାଚର ୭୮୨ ଇନିଂସରେ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି ।

ଏହା ବି ପଢନ୍ତୁ- World Cup ୨୦୨୩: କୋହଲିଙ୍କ ଦମଦାର ଶତକ, ୭ ୱିକେଟରେ ଜିତିଲା ଭାରତ

ସଚିନଙ୍କ ପରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ସାଙ୍ଗାକାରା । ଯିଏକି ୫୯୪ ମ୍ୟାଚର ୭୮୨ ଇନିଂସ ଖେଳି ୨୮,୦୧୬ ରନ୍‌ ସଂଗ୍ରହ କରିଥିଲେ । ସେହିପରି ତୃତୀୟରେ ଅଷ୍ଟ୍ରେଲିଆର ସଫଳ ହ୍ବାଇଟ ବଲ୍‌ କ୍ୟାପ୍ଟେନ ରିକି ପଏଣ୍ଟିଂ ରହିଛନ୍ତି । ଯିଏକି ୫୬୦ ମ୍ୟାଚ୍‌ର ୬୬୮ ଇନିଂସ ଖେଳି ୨୭,୪୮୩ ରନ୍‌ ସଂଗ୍ରହ କରିଛନ୍ତି । ଚତୁର୍ଥରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମହେଲା ଜୟବର୍ଦ୍ଧନେ । ଯିଏକି ୬୫୨ ମ୍ୟାଚ୍‌ର ୭୨୫ ଇନିଂସ ଖେଳି ୨୮,୯୫୭ ରନ୍‌ କରିଛନ୍ତି ।

ବିରାଟ ୨୫ ହଜାର ୯୨୩ ରନ୍‌ ସଂଗ୍ରହ କରି ଏହି ତାଲିକାର ପଞ୍ଚମରେ ରହିଛନ୍ତି । ବିରାଟ ୫୧୦ ମ୍ୟାଚ୍‌ର ୫୬୬ ଇନିଂସ ଖେଳି ଏହି ରନ୍‌ ସହିତ ୫ମରେ ରହିଛନ୍ତି । ଏହି ରନ୍‌ ମଧ୍ୟରେ ବିରାଟଙ୍କ ୭୭ଟି ଶତକ ଓ ୧୩୪ଟି ଅର୍ଦ୍ଧଶତକ ରହିଛି । ଅନ୍ତର୍ଜାତୀୟ କ୍ରିକେଟର ମୋଟ ରନ୍‌ ସଂଗ୍ରହକାରୀ ଭାବେ ବିରାଟ ପଞ୍ଚମ ସ୍ଥାନରେ ରହିଛନ୍ତି ସତ ହେଲେ ଦ୍ରୁତତମ ୨୬ ହଜାର ରନ୍‌ ସଂଗ୍ରହାକାରୀଙ୍କ ମଧ୍ୟରେ ସେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.