ଓଡିଶା

odisha

Oscar 2022: ୱିଲ ସ୍ମିଥଙ୍କ ସମର୍ଥନରେ କଙ୍ଗନା, କହିଲେ ମୁଁ ମଧ୍ୟ ଏମିତି କରିଥାନ୍ତି

By

Published : Mar 30, 2022, 8:57 AM IST

ଓସ୍କାର ସମାରୋହର ଲାଇଭ୍ ପ୍ରସାରଣ ସମୟରେ କ୍ରିସ୍ ରକଙ୍କୁ ଅଭିନେତା ୱିଲ୍ ସ୍ମିଥ୍ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାରେ ସମସ୍ତେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହି ସମୟରେ କଙ୍ଗନା ରଣାୱତ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

ୱିଲ ସ୍ମିଥଙ୍କ ସମର୍ଥନରେ ମୁହଁ ଖୋଲିଲେ କଙ୍ଗନା ରଣାଓ୍ବତ
ୱିଲ ସ୍ମିଥଙ୍କ ସମର୍ଥନରେ ମୁହଁ ଖୋଲିଲେ କଙ୍ଗନା ରଣାଓ୍ବତ

ହାଇଦ୍ରାବାଦ: ଚଳଚ୍ଚିତ୍ର ଜଗତର ସମ୍ମାନଜନକ ତଥା ବହୁ ପ୍ରତୀକ୍ଷିତ ଓସ୍କାର ପୁରସ୍କାରର 94 ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଓସ୍କାର ସମାରୋହରେ ଅନେକ ଚଳଚ୍ଚିତ୍ର ଏବଂ କଳାକାରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଅବଶ୍ୟ, ଏହି ସମୟରେ ସମାରୋହରେ ଏପରି କିଛି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଓସ୍କାର ସମାରୋହର ଲାଇଭ୍ ପ୍ରସାରଣ ସମୟରେ କ୍ରିସ୍ ରକଙ୍କୁ ଅଭିନେତା ୱିଲ୍ ସ୍ମିଥ୍ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଓସ୍କାର ସମାରୋହରେ ଘଟିଥିବା ଏହି ଘଟଣାରେ ସମସ୍ତେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଏହି ସମୟରେ ବଲିଉଡ ବିବାଦୀୟ ରାଣୀ କଙ୍ଗନା ରଣାୱତ ମଧ୍ୟ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ୱିଲ ସ୍ମିଥଙ୍କ ସମର୍ଥନରେ ମୁହଁ ଖୋଲିଲେ କଙ୍ଗନା ରଣାଓ୍ବତ

ପ୍ରାୟ ପ୍ରତ୍ୟେକ ପ୍ରସଙ୍ଗରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଥିବା କଙ୍ଗନା ରଣାଓ୍ବତ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ, ଅଭିନେତ୍ରୀ ୱିଲ୍ ସ୍ମିଥ୍ କ୍ରିସ୍ ରକ୍‌ଙ୍କୁ ଚାପୁଡ଼ା ମାରିବାର ଫଟୋ ସେୟାର କରି ଏକ ନୋଟ୍ ଲେଖିଛନ୍ତି । ଏହି ନୋଟ୍ ମାଧ୍ୟମରେ ଅଭିନେତ୍ରୀ ୱିଲ୍ ସ୍ମିଥ୍‌ଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

ସେ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି ଯେ, 'ଯଦି ଜଣେ ମୂର୍ଖ ବ୍ୟକ୍ତି ମୋ ମାଆ କିମ୍ବା ଭଉଣୀର ଅସୁସ୍ଥତାକୁ ନେଇ ପରିହାସ କରିବା ସହ କିଛି ଲୋକଙ୍କୁ ହସାଇବାକୁ ଚେଷ୍ଟା କରେ, ତେବେ ମୁଁ ମଧ୍ୟ ତାଙ୍କୁ ୱିଲ୍ ସ୍ମିଥ୍ ପରି ଚାପୁଡ଼ା ମାରିବି । ଆଶା କରୁଛି ସେ ମୋ ଲକଅପକୁ ଆସନ୍ତୁ ।'

ଏହା ବି ପଢନ୍ତୁ: OSCARS 2022: ଓସ୍କାର ମଞ୍ଚରେ ମାରପିଟ୍‌, ହୋଷ୍ଟଙ୍କୁ ଚାପୁଡା ମାରିଲେ ୱିଲ୍‌ ସ୍ମିଥ୍‌

ସୂଚନାଯୋଗ୍ୟ ଯେ, ଲସ୍ ଆଞ୍ଜେ‌ଲସ୍‌ରେ ଆୟୋଜିତ 94 ତମ ଏକାଡେମୀ ପୁରସ୍କାର ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା କ୍ରିସ୍ ରକଙ୍କୁ ଅଭିନେତା ୱିଲ୍ ସ୍ମିଥ ଚାପୁଡ଼ା ମାରିଥିଲେ । ଏହା ପରେ ଲାଇଭ୍ ସମାରୋହର ପ୍ରସାରଣ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ୱିଲ ସ୍ମିଥଙ୍କ ଏହି କାର୍ଯ୍ୟ ଉପରେ ଓସ୍କାର ଏକାଡେମୀ ମଧ୍ୟ ପ୍ରତିକ୍ରିୟା ରଖିଛି । ଏକ ବୟାନ ଜାରି କରି ସେ ସ୍ପଷ୍ଟ କରିଛନ୍ତି ଯେ ସମାରୋହରେ ଏପରି କୌଣସି ପ୍ରକାରର ହିଂସାକୁ ବରଦାସ୍ତ କରାଯିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details