Khatra Dangerous Trailer: ଆଡଲ୍ଟ ଫିଲ୍ମରେ ରୋମାନ୍ସ କରିବେ ଅପସରା ରାଣୀ

author img

By

Published : Mar 30, 2022, 12:39 PM IST

ଆଡଲ୍ଟ ଫିଲ୍ମରେ ରୋମାନ୍ସ କରିବେ ଅପସରା ରାଣୀ

ପୁଣି ବଡ଼ ପରଦାରେ କମାଲ୍‌ ଦେଖାଇବେ ଅପସରା ରାଣୀ । ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous)ରେ ଦେଖିବାକୁ ମିଳିବ ଓଡିଆ ଝିଅ ଅପସରା ରାଣୀଙ୍କୁ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୁଣି ବଡ଼ ପରଦାରେ କମାଲ୍‌ ଦେଖାଇବେ ଅପସରା ରାଣୀ । ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ହିନ୍ଦୀ ଚଳଚ୍ଚିତ୍ର ଖତ୍‌ରା ଡେଞ୍ଜରିଅସ୍‌ (Khatra Dangerous)ରେ ଦେଖିବାକୁ ମିଳିବ ଓଡିଆ ଝିଅ ଅପସରା ରାଣୀଙ୍କୁ । ଖତ୍‌ରା ଡେଞ୍ଜରିଅସରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଅପସରା। ଯାହାର ଟିଜର ନିକଟରେ ବାଙ୍ଗାଲୋରରେ ରିଲିଜ ହୋଇଛି।

ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ 'ଖତ୍‌ରା ଡେଞ୍ଜରିଅସ୍‌'ର ଦ୍ୱିତୀୟ ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି ଦେଶର ପ୍ରଥମ ଲେସବିୟାନ୍ (ସମଲିଙ୍ଗୀ ମହିଳା) କ୍ରାଇମ ଆକ୍ସନ୍ ଡ୍ରାମା ଫିଲ୍ମ ହେବ । ଲେସବିୟାନ୍ ରୋମାନ୍ସ ପ୍ରଦର୍ଶନ କରୁଥିବା ଏହି ଚଳଚ୍ଚିତ୍ରରେ ରୋମାଣ୍ଟିକ୍ ସିନ୍‌ ଭରି ରହିଛି । ଫିଲ୍ମରେ ଇଣ୍ଟିମେସି ଏବଂ ଆଡଲ୍ଟ କଣ୍ଟେଣ୍ଟ ହେତୁ ଏହାକୁ ଏ ସାର୍ଟିଫିକେଟ୍ ମିଳିଛି ।

ଦେଖନ୍ତୁ ଟ୍ରେଲର

ଟ୍ରେଲର ଦେଖିବା ପରେ ଜଣା ପଡିଛି ଯେ ଏହି ଚଳଚ୍ଚିତ୍ରରେ ଦୁଇ ଝିଅଙ୍କ ସମଲିଙ୍ଗୀ ସଂପର୍କ ଓ ବିବାହର କାହାଣୀ ଚିତ୍ରିତ ହୋଇଛି, ଯେଉଁମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି । ଏହା ଏକ ଆଡଲ୍ଟ ଚଳଚ୍ଚିତ୍ର, ଯେଉଁଥିରେ ଚୁମ୍ବନ ଦୃଶ୍ୟଠାରୁ ଆରମ୍ଭ କରି ବେଡ ରୁମ ରୋମାନ୍ସ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସିନ୍‌ ଦେଖିବାକୁ ମିଳିଛି । ରାମ ଗୋପାଳ ବର୍ମା ନିଜେ ଏହାର ଟ୍ରେଲର ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ବୋଲ୍ଡ ଫିଲ୍ମ ପାଇଁ ଜଣାଶୁଣା ରାମ ଗୋପାଳ ବର୍ମା ।

ଷ୍ଟାର କାଷ୍ଟ

ଦେଶର ଏହି ପ୍ରଥମ ଲେସବିୟାନ୍ ଚଳଚ୍ଚିତ୍ରରେ ଓଡିଆ ଝିଅ ତଥା ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ହିରୋଇନ୍ ଅପସରା ରାଣୀ ଏବଂ ନୈନା ଗାଙ୍ଗୁଲି ମୁଖ୍ୟ ଭୂମିକାରେ ଅଛନ୍ତି | ଏହି ଚଳଚିତ୍ରରେ ୨ଟି ରୋମାଣ୍ଟିକ ଗୀତ ରହିଛି । ଚଳଚ୍ଚିତ୍ରଟି ରାମ ଗୋପାଳ ବର୍ମାଙ୍କର ଅନ୍ୟତମ ବିବାଦୀୟ ଚଳଚ୍ଚିତ୍ର, ଯାହାକି ଅନେକ ବିବାଦ ପରେ ଶେଷରେ 8 ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.