ସାନଫ୍ରାନ୍ସିକୋ:ମେଟାର ନିଜସ୍ବ ଫଟୋ ସେୟାରିଂ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର । ଯାହାକି ୟୁଜର୍ସଙ୍କୁ ପରଫେକ୍ଟ ଭିଡ଼ିଓ କ୍ୟାପସନ ଭାବିବାରୁ ଦେବ ମୁକ୍ତି । ଭିଡ଼ିଓ ଅପଲୋଡ଼ କରିବା ସମୟରେ ଏଥିରେ ଆସିବେ ଅଟୋମେଟିକ କ୍ୟାପସନ । ଏହି ଫିଚର ପ୍ରଥମେ କିଛି ନିର୍ଦ୍ଦିଷ୍ଟ ଭାଷାରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।
ଏହି ଫିଚରକୁ କଣ୍ଟେଣ୍ଟ କ୍ରିଏଟର ମାନେ ମଧ୍ୟ ବ୍ୟବହାର କରିପାରିବେ । ପ୍ରଥମେ ଏହା କିଛି ନିର୍ଦ୍ଦିଷ୍ଟ ଭାଷାରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଇନଷ୍ଟାଗ୍ରାମ ଆହୁରି ଅଧିକ ଭାଷାରେ ୟୁଜର୍ସଙ୍କ ପାଇଁ ଏହା ଉପଲବ୍ଧ କରିବ ବୋଲି ଜଣାପଡ଼ିଛି । ଏହି ଫିଚର ଆସିବା ପରେ ପ୍ରଥମେ କ୍ୟାପସନ ପଛରେ କୌଣସି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ରହିବ ନାହିଁ । କିନ୍ତୁ ପରେ ଏହାର ଗୁଣବତ୍ତାରେ ସୁଧାର ଆସିବ । ଶ୍ରବଣ ବାଧକ ଓ କମ ଶୁଣାଯାଉଥିବା ୟୁଜର୍ସଙ୍କ ପାଇଁ ଅଧିକ ବିକଳ୍ପ ରହିବ ।