ଓଡିଶା

odisha

ବିକ୍ଷୋଭ ପ୍ରଦର୍ଶନ ବେଳେ ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଦମନ, ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଜଣେ ମୃତ

By

Published : Mar 9, 2023, 8:38 AM IST

ଇମ୍ରାନ ଖାନଙ୍କ ଦଳ ସମର୍ଥକଙ୍କ ଉପରେ ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ । ଲାହୋରରେ ୭ଦିନ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ପୋଲିସ ଆକ୍ରମଣରେ ଜଣେ ପିଟିଆଇ କର୍ମୀଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛି ଇମ୍ରାନ୍‌ । ଅଧିକ ପଢନ୍ତୁ

PTI Rally
PTI Rally

ଇସଲାମବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ତେବେ ଏଭଳି ସ୍ଥିତିରେ ଲାହୋରରେ ଆଗାମୀ ୭ ଦିନ ପାଇଁ ବିରୋଧ ପ୍ରଦର୍ଶନ ଉପରେ ରୋକ ଲଗାଯାଇଛି । ଏହାସହ ୧୪୪ ଧାରା ଲାଗୁ କରାଯାଇଛି । ପାକିସ୍ତାନର ପଞ୍ଜାବ ଗୃହ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଗତକାଲି(ବୁଧବାର) ପିଟିଆଇ କର୍ମୀଙ୍କ ବିରୁଦ୍ଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ପାଣିମାଡ କରିଥିବା ବେଳେ ଜଣେ ପିଟିଆଇ କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିସର ଆକ୍ରମଣ ଯୋଗୁଁ ପିଟିଆଇ କର୍ମୀଙ୍କ ମୃତ୍ୟୁ ହୋଇଥିବାରୁ ଏହା ଏକ ଲଜ୍ଜା ଜନକ ବିଷୟ ବୋଲି କହିଛନ୍ତି ଇମ୍ରାନ ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଆଗାମୀ ୭ ଦିନ ଯାଏଁ ଲାହୋରରେ ସମସ୍ତ ପରିକାର ରାଲି, ସଭା ଏବଂ ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ରହିବ । ଏଥିପାଇଁ ୧୪୪ ଧରା ମଧ୍ୟ ଲଗାଯାଇଛି ।"

ଗତକାଲି(ବୁଧବାର) ପିଟିଆଇ ଲାହୋରରେ ରାଲି ଘୋଷଣା କରିଥିଲା । ତେବେ ୧୪୪ ଧାରା ଉଲଂଘନ କରିବା ଅଭିଯୋଗରେ ପିଟିଆଇ କର୍ମୀଙ୍କୁ ଗିରଫ କରିଛି ପେଲିସ । ଏନେଇ ପିଟିଆଇ ପକ୍ଷରୁ ଟ୍ବିଟରରେ ଏକ ଭିଡିଓ ସେୟାର କରାଯାଇଛି । ଶାନ୍ତି ବଜାୟ ରଖିଥିବା କର୍ମୀମାନଙ୍କୁ ପୋଲିସ ଗିରଫ କରିଥିବା ନେଇ ପିଟିଆଇ ଅଭିଯୋଗ କରିଛି ।

ଏହାସହ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ଘରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ ରଖିଛି ପୋଲିସ । ତେବେ ପିଟିଆଇ କର୍ମୀଙ୍କୁ ହଟାଇବା ପାଇଁ ପୋଲିସ ପାଣି ମାଡ କରିବା ସହ ଲୁହବୁହା ଗ୍ୟାସ୍‌ର ପ୍ରୟୋଗ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏନେଇ ପିଟିଆଇ ନେତା ଫଓ୍ବାଦ ଚୌଧୁରୀ ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଘଟଣାକୁ ନେଇ ଇମ୍ରାନ ଖାନ ଟ୍ବିଟ କରି କହିଛନ୍ତି, "ଆଗାମୀ ୯୦ ଦିନ ମଧ୍ୟରେ ପଞ୍ଜାବରେ ମତଦାନ ହେବା ନେଇ ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠରେ ନିର୍ଦ୍ଦେଶ ଦେଇଥିଲେ । ପଞ୍ଜାବରେ ୩୦ ଏପ୍ରିଲରେ ମତଦାନ ନେଇ ଘୋଷଣା ହୋଇଥିଲା । ତେଣୁ ଆମର କର୍ମୀମାନେ ନିର୍ବାଚନ ପ୍ରସ୍ତୁତି ସଦୃଶ ୫୫ ଦିନ ଆଗରୁ ରାଲି କରିଥିଲେ । ତେବେ ସୁପ୍ରିମକୋର୍ଟର କେଉଁ ନିୟମ ଅନୁସାରେ ବା କେଉଁ ନିୟମ ଉଲ୍ଲଂଘନ ଯୋଗୁଁ ପଞ୍ଜାବ ସରକାର କର୍ମୀଙ୍କ ବିରୁଦ୍ଧରେ ଅମାନୁଷିକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ?"

ସେ ଆଉ ଏକ ଟ୍ବିଟ କରି କହିଛନ୍ତି, "ଆମ ରାଲି ରୋକିବା ପାଇଁ ଏହା ଏକ ଷଡଯନ୍ତ୍ର କରାଯାଇଛି । ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ ପାଇଁ ସରକାର ଚେଷ୍ଟା କରିବା କଥା କିନ୍ତୁ ଆଇନର ଶାସନ, ସମ୍ବିଧାନ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ କରାଯାଉଛି ।"

ABOUT THE AUTHOR

...view details