ଓଡିଶା

odisha

ନ୍ୟୁୟର୍କରେ ମୋଦି, ଜାତିସଂଘର ୭୬ତମ ସଭାକୁ କରିବେ ସମ୍ବୋଧନ

By

Published : Sep 25, 2021, 10:01 AM IST

pm-modi-in-new-york-to-address-at-the-76th-session-of-unga

ମିଳିତ ଜାତିସଂଘର ସାଧାରଣ ସଭା UNGAକୁ ଆଜି(ଶନିବାର) ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ନ୍ୟୁୟର୍କ: ଆଜି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ସଭା UNGAକୁ ସମ୍ବୋଧିତ କରିବେ । ଏଥିପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି ମୋଦି । କାର୍ଯ୍ୟକ୍ରମରେ କୋରୋନା, ଆତଙ୍କବାଦ ସମେତ ବିଭିନ୍ନ ମୁଦ୍ଦା ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପ୍ରସଙ୍ଗ ରହିବ ।

ମିଳିତ ଜାତିସଂଘ ସାଧାରଣ ସଭାର ଏହା ହେଉଛି 76ତମ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ବିଶ୍ୱର ପରିବର୍ତ୍ତିତ ସୁରକ୍ଷା ପରିସ୍ଥିତି ଏବଂ ବିଶ୍ୱ ଅନୁଷ୍ଠାନଗୁଡ଼ିକରେ ଆବଶ୍ୟକୀୟ ସଂସ୍କାର ଭଳି ପ୍ରସଙ୍ଗଗୁଡ଼ିକ ମୁଖ୍ୟ ରହିବ । ଏହା ସହ ଆଫଗାନିସ୍ତାନରେ ବର୍ତ୍ତମାନର ଅସ୍ଥିରତାକୁ ଦୃଷ୍ଟିରେ ରଖି ଆତଙ୍କବାଦର ବ୍ୟାପକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଏକ ପ୍ରଭାବଶାଳୀ ରଣନୀତି ଉପରେ ମଧ୍ୟ ଗୁରୁତ୍ୱ ଦେବ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ସୂଚନା ଅନୁଯାୟୀ, ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ପ୍ରାୟ 20 ମିନିଟ୍ ହୋଇପାରେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା 6.30ରେ ଆରମ୍ଭ ହେବ । ଏହାପରେ ପ୍ରଧାନମନ୍ତ୍ରୀ ହୋଟେଲକୁ ଫେରିବେ ଏବଂ ତା’ପରେ ରାତି 9.15ରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଗତକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ କ୍ବାଡ ସମ୍ମିଳନୀରେ ଯୋଗଦେବା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷୀକ ଆଲୋଚନା କରିଥିଲେ ।

ଅନ୍ୟପଟେ ମିଳିତ ଜାତିସଂଘକୁ ଏହା ହେବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚତୁର୍ଥ ସମ୍ବୋଧନ । ଏହାପୂର୍ବରୁ 2014 ମସିହାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଜାତିସଂଘକୁ ସମ୍ବୋଧିତ କରିଥିଲେ । 2019ରେ ମଧ୍ୟ ପ୍ରଧାନମନ୍ତ୍ରୀ ଜାତିସଂଘକୁ ସମ୍ବୋଧିତ କରିଛନ୍ତି । ଗତ ବର୍ଷ ଯଥା 2020ରେ, କୋଭିଡ କାରଣରୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ ।

ଜାତିସଂଘର 41ଟି ଦେଶ ମଧ୍ୟରୁ ଗୋଟିଏ ହେଉଛି ଭାରତ । ବର୍ତ୍ତମାନ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ, ଅଗଷ୍ଟରେ UNSCର ସଭାପତି ମଧ୍ୟ ରହିଆସିଛି, ମିଳିତ ଜାତିସଂଘର ପ୍ରାୟ ସମସ୍ତ ସଂସ୍ଥାର ଭାରତ ଅଧ୍ୟକ୍ଷତା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details