ETV Bharat / international

କିଏ ହେଲେ ପାକିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ? ଭାରତରେ ବାଣିଜ୍ୟ ପାଇଁ ଥିଲେ ଆଗ୍ରହୀ - Pakistan New Deputy PM

author img

By ETV Bharat Odisha Team

Published : Apr 28, 2024, 9:51 PM IST

PAKISTAN NEW DEPUTY PM
PAKISTAN NEW DEPUTY PM

PAKISTAN NEW DEPUTY PM: ଭାରତରେ ବାଣିଜ୍ୟ ବ୍ୟବସାୟ ପାଇଁ ଥିଲେ ଆଗ୍ରହୀ । ଜାଣନ୍ତୁ କିଏ ପାକିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କଲେ ? ଅଧିକ ପଢନ୍ତୁ

ଇସଲାମବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ଏବେ ସରକାରରେ ନୂଆ ଦାୟିତ୍ବ ମିଳିଛି । ତାଙ୍କୁ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି । କ୍ୟାବିନେଟ ଡିଭିଜନ ଦ୍ବାରା ଜାରି ହୋଇଥିବା ଏକ ବିବୃତ୍ତି ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଆଦେଶ ଅନୁସାରେ ଡାରଙ୍କୁ ଉପପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । 2019ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ରୋକ ଲାଗିଥିବା ବେଳେ ଏହି ସମ୍ପର୍କକୁ ପୁନଃ ସ୍ଥାପନ କରିବା ପାଇଁ ସେ ବେଶ ଆଗ୍ରହୀ ଥିଲେ ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସାଉଦି ଆରବରେ ଆୟୋଜିତ ୱାର୍ଲ୍ଡ ଇକୋନୋମିକ ଫୋରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଏହି ଘୋଷଣା ହୋଇଛି । ଇସାକ ବୈଦେଶିକ ମନ୍ତ୍ରୀ ସହିତ କାଉନ୍ସିଲ ଅଫ କମନ ଇଣ୍ଟ୍ରେଷ୍ଟ (CCI)ର ମଧ୍ୟ ଜଣେ ସଦସ୍ୟ । ତେବେ ଇସାକ ଡାରଙ୍କ ପୂର୍ବରୁ ପାକିସ୍ତାନ ମୁସଲିମ ଲିଗ (Q) ସରକାର ସମୟରେ ଚୌଧୁରୀ ପରବୈଜ ଇଲାହି ଦେଶର ଉପ ପ୍ରଧାନମନ୍ତ୍ରୀ ଥିଲେ । ସେ 2012 ଜୁନ 25ରେ ଏହି ଦାୟିତ୍ବ ଗ୍ରହଣ କରିଥିଲେ ।

ନୱାଜ ଶରଫିଙ୍କ ଘନିଷ୍ଠ ଡାର:- ଇଶାକ୍‌ ଡାର ହେଉଛନ୍ତି ମୂଳ ରୂପରେ ଜଣେ କାଶ୍ମୀର ନାଗରିକ । ସେ ବୃତ୍ତିରେ ଚାର୍ଟାର୍ଡ ଆକାଉଣ୍ଟାଟ । ପାକିସ୍ତାନ ମୁସଲିମ ଲିଗ-ନୱାଜ (PML-N) ଦଳର ବରିଷ୍ଠ ନେତା । ସେ ଦଳର ମୁଖ୍ୟ ତଥା 3 ଥରର ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଘନିଷ୍ଠ । ସେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ଏବେ ତାଙ୍କୁ ସରକାରୀ ସ୍ତରରେ ପଦୋନ୍ନତି ମିଳିବା ପରେ ଉପପ୍ରଧାନମନ୍ତ୍ରୀ ଦାୟିତ୍ବ ପ୍ରଦାନ କରାଯାଇଛି ।

ଭାରତରେ ବାଣିଜ୍ୟ ପାଇଁ ଥିଲେ ଆଗ୍ରହୀ:- ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଥିବା ସମୟରେ ଡାର ଗତ ମାସ ଶେଷ ସୁଦ୍ଧା କହିଥିଲେ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ 2019 ଠାରୁ ବାଣିଜ୍ୟିକ ସମ୍ପର୍କରେ ରୋକ ଲାଗିଛି । ଏହି ସମ୍ପର୍କକୁ ପୁନଃ ସ୍ଥାପିତ କରିବା ଦିଗରେ ଗମ୍ଭୀର ବିଚାର ବିମର୍ଷ କରାଯିବ । ଏପରିକି ଭାରତ ସହିତ ପୁଣି ଥରେ ବାଣିଜ୍ୟିକ ଗତିବିଧିକୁ ଆରମ୍ଭ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ପାକିସ୍ତାନର ବ୍ୟବସାୟୀମାନେ ଭାରତ ସହିତ ପୁଣି ଥରେ ବେପାର ବାଣିଜ୍ୟ ଆରମ୍ଭ କରିବାକୁ ଇଚ୍ଛୁକ ଥିବା ସେ କହିଥିଲେ ।

ଅର୍ଥମନ୍ତ୍ରୀ ଥିବା ବେଳେ ଥିଲେ ଚର୍ଚ୍ଚାରେ:- କିଛି ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର ଗତ ଦୁଇ ସରକାର ସମୟରେ ଡାର ଅର୍ଥମନ୍ତ୍ରୀ ଥିଲେ । ଏହି ସମୟରେ ସେ ଆଲୋଚନା ସମାଲୋଚନାର ଶିକାର ହୋଇଥିଲେ । ପାକିସ୍ତାନରେ ଯେତେବେଳେ ଆର୍ଥିକ ସଙ୍କଟ ଆସିଥିଲା, ସେତେବେଳେ ତାଙ୍କୁ ବିରୋଧାଭାଷର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଏହା ବି ପଢନ୍ତୁ- ପାକିସ୍ତାନରେ କ୍ଷମତା ବଜାୟ ରଖିଲେ ଶେହଓ୍ବାଜ ସରିଫ, 2ୟ ଥର ପାଇଁ ହେଲେ ପ୍ରଧାନମନ୍ତ୍ରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.