ETV Bharat / international

ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ - Indonesia Earthquake

author img

By ETV Bharat Odisha Team

Published : Apr 28, 2024, 2:25 PM IST

Indonesia Earthquake
Indonesia Earthquake

Indonesia Earthquake: ଇଣ୍ଡୋନେସିଆରେ ଜାଭା ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏବେସୁଦ୍ଧା ସୁନାମୀ ଆଲର୍ଟ ଜାରି କରାଯାଇନାହିଁ । ଅଧିକ ପଢନ୍ତୁ

ଜାକର୍ତ୍ତା: ପୁଣି ଥରିଲା ଇଣ୍ଡୋନେସିଆ । ଶନିବାର ଦିନ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପଜନିତ ଆହତ କିମ୍ବା କ୍ଷୟକ୍ଷତି ସମ୍ବନ୍ଧରେ ଏବେ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ । ଅନ୍ୟପଟେ ସୁନାମୀ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇନାହିଁ । ଭୂକମ୍ପ ସମୟରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥିଲେ ।

ୟୁଏସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଇଣ୍ଡୋନେସିଆର ବଞ୍ଜାର ସହରର ଦକ୍ଷିଣରୁ ୧୦୨ କିଲୋମିଟର (୬୩ ମାଇଲ୍ସ) ଦୂର ଏହଂ ଏହାର ଗଭୀରତା ୬୬.୩ କିଲୋମିଟର (୪୨.୪ ମାଇଲ୍ସ) । ଅନ୍ୟପଟେ ଭୂକମ୍ପ ଯୋଗୁଁ ଏବେସୁଦ୍ଧା ସୁନାମି ଆଲର୍ଟ ଜାରି କରାଯାଇନାହିଁ । ଇଣ୍ଡୋନେସିଆ ପାଣିପାଗ ସଂସ୍ଥା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରାଜଧାନୀ ଜାକର୍ତ୍ତାରେ ପାଖାପାଖି ୧ ମିନିଟ ପର୍ଯ୍ୟନ୍ତ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ପଶ୍ଚିମ ଜାଭା ପ୍ରାଦେଶିକ ରାଜଧାନୀ ବାନ୍ଦୁଙ୍ଗ, ଡିପୋକ, ତାଙ୍ଗେରାଙ୍ଗ, ବୋଗୋର ଓ ବେକାଶିରେ ମଧ୍ୟ ଏହା ଅନୁଭୂତ ହୋଇଛି । ଏହାର ପ୍ରଭାବ ପଶ୍ଚିମ ଜାଭା, ୟୋଗ୍ୟାର୍ତ୍ତାରେ ମଧ୍ୟ ଦେଖିବାକୁ ମିଳିଛି । ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହାମଧ୍ୟ ପଢନ୍ତୁ.. ସିରିଜ ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା, ଭାଙ୍ଗିଲା ବଡ ବଡ କୋଠା - Earthquake In Taiwan

ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ । କିନ୍ତୁ ଜାକାର୍ତ୍ତାରେ ଭୂକମ୍ପ ହେବା ଅନ୍ୟ ସହର ତୁଳନାରେ ଖୁବ କମ ଦେଖିବାକୁ ମିଳିଥାଏ । ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ଇଣ୍ଡୋନେସିଆର ତଲାଉଡ ଦ୍ବୀପରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ଇଣ୍ଡୋନେସିଆରେ ପାଖାପାଖି ୨୭୦ ନିୟୁତ ଲୋକ ବାସ କରୁଥିବା ବେଳେ ଏହା ଏକ ଭୂକମ୍ପ ପ୍ରବଣ ଦୀପପୁଞ୍ଜ ଅଟେ । ୨୦୨୨ ମସିହାରେ ପଶ୍ଚିମ ଜାଭାରେ ସିଆନଜୁର ସହରରେ ୫.୬ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ପାଖାପାଖି ୬୦୦ ଲୋକଙ୍କ ଜୀବନ ଯାଇଥିଲା । ସେହିଭଳି ଇଣ୍ଡୋନେସିଆରେ ୨୦୧୮ରେ ହୋଇଥିବା ଭୂକମ୍ପ ଏବଂ ସୁନାମିରେ ୪ହଜାର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ତେବେ ୨୦୦୪ରେ ଭାରତ ମହାସାଗରରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାର ପ୍ରଭାବରେ ସୁନାମି ହୋଇଥିଲା । ଏଥିରେ ଭାରତ ମହାସାଗରରେ ଉପକୂଳର ଅନେକ ଦେଶ ପ୍ରଭାବିତ ହୋଇଥିଲେ । ୨ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଣ୍ଡୋନେସିଆର ନାଗରିକ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.