ETV Bharat / international

ସିରିଜ ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା, ଭାଙ୍ଗିଲା ବଡ ବଡ କୋଠା - Earthquake in Taiwan

author img

By ETV Bharat Odisha Team

Published : Apr 23, 2024, 8:00 AM IST

Updated : Apr 23, 2024, 8:25 AM IST

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା, ଭାଙ୍ଗିଲା ବଡ ବଡ କୋଠା
ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇୱାନ; ୯ ମିନିଟ୍‌ରେ ୫ ଥର ଝଟକା, ଭାଙ୍ଗିଲା ବଡ ବଡ କୋଠା

Earthquake in Taiwan: ତାଇୱାନରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ । ୨ଟି ବଡ ବଡ କୋଠା ଭାଙ୍ଗିଥିବା ବେଳେ ମୃତହାତ ନେଇ ସୂଚନା ନାହିଁ । ଅଧିକ ପଢନ୍ତୁ

ତାଇପେଇ (ତାଇୱାନ): ପୁଣିଥରେ ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ତାଇୱାନ । ଗତକାଲି (ସୋମବାର) ଅପରାହ୍ନରୁ ଆଜି ଭୋର୍ ଭିତରେ ଏକାଧିକ ଥର ଭୂମିକମ୍ପ ହୋଇଛି । ମାତ୍ର ୯ ମିନିଟ୍ ଭିତରେ ୫ରୁ ଅଧିକ ଥର ଲାଗିଛି ବଡ ବଡ ଝଟକା । ପ୍ରଥମେ ପୂର୍ବ ତାଇୱାନର ସୋଇଫେଙ୍ଗ ସହରରେ ସୋମବାର ଅପରାହ୍ନ ୫ଟା ୮ ମିନିଟରୁ ୫ଟା ୧୭ ଭିତରେ ୫ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପରେ ଆଜି (ମଙ୍ଗଳବାର) ଭୋର୍ ପ୍ରାୟ ୩ଟା ସମୟରେ ଆଉ ଏକ ଶକ୍ତିଶାଳୀ ଝଟ୍‌କା ଲାଗିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିରିଜ୍ ଭୂକମ୍ପରେ ୨ଟି ବଡ ବଡ କୋଠା ଭାଙ୍ଗିଥିବା ବେଳେ ମୃତାହତର ସୂଚନା ମିଳିନି ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଅନୁଭୂତ ହୋଇଥିବା ୬.୧ ତୀବ୍ରତା ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୮୭ କିଲୋମିଟର ରହିଛି । ପ୍ରଥମେ ଅପରାହ୍ନରେ ୫ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ଲୋକମାନେ ଖୁବ୍ ଭୟଭୀତ ହୋଇପଡିଥିଲେ । ଏହାପରେ ପୁଣିଥରେ ଆଜି ଭୋର୍ ୨ଟା ୫୫ ମିନିଟ୍ (ସ୍ଥାନୀୟ ସମୟ)ରେ ୬.୧ ତୀବ୍ରତାରେ ଭୂକମ୍ପ ସଂଗଠିତ ହୋଇଥିଲା । ତେବେ ଏଥିରେ କିଛି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ୱାନ, 3 ଦେଶକୁ ସୁନାମି ଆଲର୍ଟ - Earthquake Hits Taiwan

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାରମ୍ବାର ପ୍ରକୃତିର କରାଳ ରୂପ ଦେଖୁଛି ତାଇୱାନ । ଚଳିତ ମାସ ଆରମ୍ଭରେ ତାଇୱାନରେ ୭.୫ ତୀବ୍ରତାରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ର ହୁଆଲିଏନ ସହରର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ଚିହ୍ନଟ ହୋଇଥିଲେ । ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ ବଡ ବଡ ଅଟ୍ଟାଳିକା ମାଟିରେ ମିଶିଯିବା ସହ ୧୪ ଜଣଙ୍କର ଜୀବନ ଚାଲିଯାଇଥିଲା । ଏକାଧିକ ଲୋକେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

୨୦୧୬ରେ ଏଠାରେ ଏହିଭଳି ଶକ୍ତିଶାଳୀ ଭୂମିକମ୍ପ ସଂଗଠିତ ହୋଇଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ପ୍ରାଣ ହାନି ଘଟିଥିଲା । ତେବେ ୧୯୯୯ର ଭୂମିକମ୍ପ ଥିଲା ତାଇୱାନ ପାଇଁ ସବୁଠୁ ଭୟଙ୍କର । ୭.୩ ତୀବ୍ରତାର ଏହି ଭୂମିକମ୍ପ ୨୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକେ ବାସହରା ହୋଇପଡିଥିଲେ ।

Last Updated :Apr 23, 2024, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.