ଓଡିଶା

odisha

ଫିଲ୍ମ ଲାଇଗରର ପୋଷ୍ଟର ରିଲିଜ୍‌, ବିନା କପଡାରେ ନଜର ଆସିଲେ ବିଜୟ ଦେବରକୋଣ୍ଡା

By

Published : Jul 2, 2022, 8:34 PM IST

ଫିଲ୍ମ ଲାଇଗରର ପୋଷ୍ଟର ରିଲିଜ୍‌, ବିନା କପଡାରେ ନଜର ଆସିଲେ ବିଜୟ ଦେବରାକୋଣ୍ଡା

ଫିଲ୍ମ ଲାଇଗରରୁ ବିଜୟ ଦେବରକୋଣ୍ଡାଙ୍କ ଦମଦାର୍‌ ଲୁକ୍‌ ସାମ୍ନାକୁ ଆସିଛି। ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି ତାଙ୍କ ଚରିତ୍ରର ଝଲକ ଦେଖାଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଫିଲ୍ମ 'ଲାଇଗର'ରୁ ବିଜୟ ଦେବରକୋଣ୍ଡାଙ୍କ ଦମଦାର୍‌ ଲୁକ୍‌ ସାମ୍ନାକୁ ଆସିଛି। ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରି ତାଙ୍କ ଚରିତ୍ରର ଝଲକ ଦେଖାଇଛନ୍ତି । ବିଜୟ ଦେବରକୋଣ୍ଡାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଗୋଟିଏ ପଟେ ବିଜୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଅନ୍ୟପକ୍ଷରେ ଅନନ୍ୟା ପାଣ୍ଡେ ମଧ୍ୟ 'ଲାଇଗର୍' ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି।

ବିଜୟଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ବିନା ପୋଷାକରେ ଅଭିନେତା ପୋଜ୍ ଦେଇଥିବା ନଜର ଆସିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ବିଜୟ ଏହି ଚଳଚ୍ଚିତ୍ରରେ କାମ କରିବାର ଅନୁଭବକୁ ସଂକ୍ଷେପରେ ସେୟାର କରିଥିଲେ । ବିଜୟ ଲେଖିଛନ୍ତି, 'ଏକ ଚଳଚ୍ଚିତ୍ର ଯାହା ମୋର ସବୁକିଛି ନେଇଯାଇଛି । ମାନସିକ ଏବଂ ଶାରୀରିକ ସ୍ତରରେ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଅଟେ । ମୁଁ ଏଥିପାଇଁ ମୋର ସବୁକିଛି ଦେଇଛି ! ଶୀଘ୍ର ଆସୁଛି।'

ଏହି ଚଳଚ୍ଚିତ୍ରଟି ପୁରୀ ଜଗନ୍ନାଥଙ୍କ ନିର୍ଦ୍ଦେଶିତ ଏବଂ ଧର୍ମ ପ୍ରଡକ୍ସନ୍ସ ଅଧୀନରେ କରଣ ଜୋହରଙ୍କ ଦ୍ୱାରା ନିର୍ମିତ। ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ ହେବ । ଏହି ଚଳଚ୍ଚିତ୍ରରେ ବିଜୟ ଏବଂ ଅନନ୍ୟାଙ୍କ ବ୍ୟତୀତ ରାମ୍ୟା କୃଷ୍ଣା, ରୋନିତ୍‌ ରୟ, ଅଲି, ମକରନ୍ଦ ଦେଶପାଣ୍ଡେ ଏବଂ ବିଷ୍ଣୁ ରେଡ୍ଡୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେଲୁଗୁ ସିନେମାରେ ଅନନ୍ୟା ପାଣ୍ଡେ ଏବଂ ମାଇକ ଟାଇସନଙ୍କ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର । ଏହି ଫିଲ୍ମ 2022 ଅଗଷ୍ଟ 25ରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details