ETV Bharat / entertainment

ସିସିଟିଭିରେ କଏଦ ଗୁରୁଚରଣ ସିଂଙ୍କ ଭିଡିଓ, ଅପହରଣ ମାମଲା ରୁଜୁ କଲା ପୋଲିସ - Gurucharan Singh Missing

author img

By ETV Bharat Odisha Team

Published : Apr 28, 2024, 4:01 PM IST

ସିସିଟିଭିରେ କଏଦ ଗୁରୁଚରଣ ସିଂଙ୍କ ଭିଡିଓ, ଅପହରଣ ମାମଲା ରୁଜୁ କଲା ପୋଲିସ
ସିସିଟିଭିରେ କଏଦ ଗୁରୁଚରଣ ସିଂଙ୍କ ଭିଡିଓ, ଅପହରଣ ମାମଲା ରୁଜୁ କଲା ପୋଲିସ

Gurucharan Singh Missing: ତାରକ ମେହେତା କା ଉଲଟା ଚଷମା ଅଭିନେତା ରୋଶନ ସିଂ ଓରଫ ଗୁରୁଚରଣ ସିଂ ନିଖୋଜ ମାମଲା । ସିସିଟିଭିରେ କଏଦ ହୋଇଛି ଅଭିନେତାଙ୍କ ଦୃଶ୍ୟ । ସେପଟେ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ହାଇଦ୍ରାବାଦ: ତାରକ ମେହେତା କା ଉଲଟା ଚଷମା ଅଭିନେତା ରୋଶନ ସିଂ ଓରଫ ଗୁରୁଚରଣ ସିଂ ଏପ୍ରିଲ ୨୨ରୁ ନିଖୋଜ ଅଛନ୍ତି । ଏପ୍ରିଲ ୨୬ରେ ନିଖୋଜ ନେଇ ବାପା ଥାନାର ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଗୁରୁଚରଣ ସିଂ ସିସିଟିଭିରେ କଏଦ ହୋଇଛନ୍ତି । ଏହାକୁ ଆଧାର କରି ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନେତା ନିଜ କାନ୍ଧରେ ଏକ ବ୍ୟାଗ ନେଇ ଯାଉଛନ୍ତି । ଏହି ଭିଡିଓ ସହ ଏହା ମଧ୍ୟ ଲେଖାହୋଇଛି ଯେ, ଗୁରୁଚରଣଙ୍କ ପିତା ହରଜିତ ସିଂ ଦିଲ୍ଲୀର ପାଲାମରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଗୁରୁଚରଣ ସିଂଙ୍କ ବିମାନ ୨୨ ଏପ୍ରିଲରେ ରାତି 8.30ରେ ଥିଲା । କିନ୍ତୁ ବିମାନବନ୍ଦର ଯିବା ପରିବର୍ତ୍ତେ ତାଙ୍କୁ ରାତି ପ୍ରାୟ 9.14 ସମୟରେ ଦିଲ୍ଲୀର ପାଲାମରେ ତାଙ୍କୁ ଦେଖିବାକୁ ମିଳିଥିଲା । ଯାହା ସିସିଟିଭିରେ କଏଦ ହୋଇଛି ।

ଏହି ଘଟଣା ନେଇ ଦିଲ୍ଲୀ ପୋଲିସ କହିଛି ଯେ ଅଭିନେତା ଆଇପିସିର ଧାରା ୩୬୫ ଅନୁଯାୟୀ ମାମଲା ପଞ୍ଜିକୃତ କରାଯାଇଛି । ସିସିଟିଭି ଫୁଟେଜକୁ ଆଧାର କରି ବିଭିନ୍ନ ଦିଗରୁ ଅଭିନେତାଙ୍କୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି ପୋଲିସ । ସେ କହିଛନ୍ତି, ସେହି ଫୁଟେଜ ବ୍ୟତୀତ ଅନ୍ୟ କୌଣସି ଫୁଟେଜ ଅଛି କି ନାହିଁ ପୋଲିସ ତଦନ୍ତ କରୁଛି । ସେ ଶେଷ ଥର ପାଇଁ କାହାକୁ ଫୋନ କରିଥିଲେ, ସେମାନଙ୍କ ଫୋନ ନମ୍ବର ଅନୁସନ୍ଧାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ତାରକ ମେହତା କା ଉଲଟା ଚଷମା ଅଭିନେତା ଗୁରୁଚରଣ ସିଂ ନିଖୋଜ, ଥାନାରେ ଏତଲା ଦେଲେ ବାପା

ସୂଚନା ଅନୁସାରେ, ଗୁରୁଚରଣ ଦିଲ୍ଲୀର ତାଙ୍କ ଘରକୁ ଆସି ମୁମ୍ବାଇ ଘରକୁ ଫେରୁଥିଲେ । ହେଲେ ୨୨ ଏପ୍ରିଲ ପରେ ଘରଲୋକେ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ । ସେ ମୁମ୍ବାଇରେ ପହଞ୍ଚି ନାହାଁନ୍ତି କିମ୍ବା ଦିଲ୍ଲୀ ଫେରି ନାହାଁନ୍ତି । ଅଭିନେତା ନିଖୋଜ ହେବାର ୫ଦିନ ପରେ ଯେତେବେଳେ ତାଙ୍କ ବାପା ଦିଲ୍ଲୀର ଅଭିଯୋଗ କରିଥିଲେ ସେତେବେଳେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ସହ ଅଭିନତା ଏବଂ ସିରିଏଲର ସମସ୍ତ ଟିମଙ୍କ ସମେତ ସମସ୍ତ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ସମସ୍ତେ ତାଙ୍କ ସୁସ୍ଥତା ସହ ଶୀଘ୍ର ଫେରିବା ନେଇ କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.