ଓଡିଶା

odisha

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ଏତଲା

By

Published : May 17, 2022, 7:14 PM IST

ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା । ସମ୍ବଲପୁର ଧନୁପାଲି ଥାନାରେ ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଲୁମନି ଆସୋସିଏସନ ପକ୍ଷରୁ ଏହି ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁ ରେ ଏତଲା
ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁ ରେ ଏତଲା

ସମ୍ବଲପୁର: ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା । ସମ୍ବଲପୁର ଧନୁପାଲି ଥାନାରେ ଲଜପତ ରାୟ ଆଇନ ମହାବିଦ୍ୟାଳୟର ଆଲୁମନି ଆସୋସିଏସନ ପକ୍ଷରୁ ଏହି ଏତଲା ଦିଆଯାଇଛି । ସମ୍ବଲପୁର ‘ଏଲଆର ଲ କଲେଜ’ ର ପାଣ୍ଠିକୁ କୂଳପତି ଚଞ୍ଚକତା କରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନକୁ ନେଇ ଯାଇଥିବା ଅଭିଯୋଗ କରିଛି ଆଲୁମିନି ଆସୋସିଏସନ।

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ନାଁ ରେ ଏତଲା

ଆଜି ସମ୍ବଲପୁର ‘LR Law College’ ଏଲଆର ଲ କଲେଜ’ ର ଆଲୁମନି ଆସୋସିଏସନର ସଭାପତି ସତ୍ୟନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଆଲୁମନି ସଦସ୍ୟ ମାନେ ଧନୁପାଲି ଥାନାରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୂଳପତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ସମ୍ବଲପୁର ସ୍ଥିତ ଲଜପତ ରାୟ ଆଇନ ବିଦ୍ୟାଳୟର ପ୍ରାୟ 62 ଲକ୍ଷ ଟଙ୍କାର ପାଣ୍ଠିକୁ ଚଞ୍ଚକତା କରି କୂଳପତି ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନକୁ ନେଇ ଯାଇଥିବା ଅଭିଯୋଗ କରିଛି ସଙ୍ଘ। ଏହା ସହ ପାଣ୍ଠି ସ୍ଥାନାନ୍ତର ସମୟରେ କଲେଜରେ ଥିବା ଅଧ୍ୟକ୍ଷ ଙ୍କ ନାମରେ ମଧ୍ୟ ଆଲୁମନି ସଂଘ ଏତଲା ଦେଇଛି। ଏନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମଧ୍ୟ ଆଲୁମନି ଆସୋସିଏସନର ସମର୍ଥନରେ ବାହାରିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details