ଓଡିଶା

odisha

Pipili Bypoll: ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି

By

Published : Sep 28, 2021, 4:23 PM IST

ରାତି ପାହିଲେ ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ । ମତଦାନ କେନ୍ଦ୍ର ଅଭିମୁଖେ ପୁଲିଂ ପାର୍ଟି । ୩୪୮ଟି ବୁଥରେ ନିର୍ଦ୍ଧାରଣ ହେବ 10 ପ୍ରାର୍ଥୀଙ୍କ ଭାଗ୍ଯ । ଅଧିକ ପଢନ୍ତୁ...

pipili Bypoll: ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି
pipili Bypoll: ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି

ପୁରୀ: ଆଉ ଗୋଟିଏ ଦିନ ପରେ ପିପିଲି ଉପନିର୍ବାଚନ । ତେବେ ଆଜି ପୁଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ଟି ଅତି ସମ୍ବେଦଶୀଳ ବୁଥ ହୋଇଥିବାବେଳେ ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମୁତୟନ କରାଯିବା ସହ ମତଦାନ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଓ୍ବେବ କାଷ୍ଟିଂ ସମେତ ଅନ୍ୟ କିିଛି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

pipili Bypoll: ବୁଥରେ ପହଞ୍ଚିଲେ ପୁଲିଂ ପାର୍ଟି

ଆଜି ସକାଳୁ ପେଣ୍ଠକଟା ଓ୍ବେର ହାଉସରେ ପୁଲିଂ ପାର୍ଟି ଅଧିକାରୀ ଓ କାର୍ମଚାରୀମାନେ ପହଞ୍ଚିଛନ୍ତି। ସକାଳ ୬ ଟାରୁ ୧୦ ଟା ପର୍ଯ୍ୟନ୍ତ 1ମ ପର୍ଯ୍ୟାୟ , ୧୦ ଟାରୁ ୧ ଟା ପର୍ଯ୍ୟନ୍ତ 2ୟ ଓ ଅପରାହ୍ନ ୧ ଟାରୁ ୪ ଟା ପର୍ଯ୍ୟନ୍ତ 3ଟି ପର୍ଯ୍ୟାୟରେ ପୁଲିଂ ପାର୍ଟି ନିଜ ନିଜ ବୁଥକୁ ଯାଇଛନ୍ତି। ପ୍ରତି ପୁଲିଂ ପାର୍ଟିରେ ସୁରକ୍ଷାକର୍ମୀଙ୍କ ସହ ୫ ଜଣ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଗାଡିର ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ ଅତିରିକ୍ତ ୭୦ଟି ପୁଲିଂ ପାର୍ଟି ରିଜର୍ଭ ରଖାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ପୁଲିଂ ପାର୍ଟିର ଅଧିକାରୀ ଓ କର୍ମଚାରୀମାନେ ୧୦ ଟି ସିଙ୍ଗଲ ଓ୍ବିଣ୍ଡୋ କାଉଣ୍ଟରରୁ EVM ମେସିନ୍, ଭିଭିପାଟ ସହ ଆବଶ୍ୟକୀୟ ଉପକରଣ ସଂଗ୍ରହ କରିଥିଲେ । ପିପିଲି ବିଧାନସଭା ପାଇଁ ୨ ଲକ୍ଷ ୨୯ ହଜାର ୯୯୮ଜଣ ମତଦାତା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୩୦ ତାରିଖ ସକାଳ ୬.୩୦ ରେ ମକ ପୁଲିଂ କରାଯିବ। ଏହା ପରେ ୭ଟାରୁ ମତଦାନ ଆରମ୍ଭ ହୋଇ ସଂନ୍ଧ୍ୟା 6 ଯାଏଁ ଚାଲିବ।

ଚଳିତବର୍ଷ ପିିପିଲି ନିର୍ବାଚନ ମଣ୍ଡଳୀରେ ମୋଟ ୨୦ଟି ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ମୋଟ ୩୪୮ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ବୁଥକୁ ମିଶାଇ ୧୭୫ଟି ବୁଥରେ ୱେବ୍ କାଷ୍ଟିଂ ଓ ୧୨ଟି ବୁଥରେ ଭିଡିଓ ଉତ୍ତୋଳନର ବ୍ୟବସ୍ଥା କରାଯାଇଛି । ସେହିପରି ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଅବସ୍ଥାପିତ ହୋଇଛନ୍ତି । ସେହିପରି ଦିବ୍ୟାଙ୍ଗ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ମଧ୍ୟ ସ୍ବତନ୍ତ୍ର ଗାଡିର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ସମର୍ଥ ବର୍ମା, ପିପିଲି ବିଧାନସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରମୁଖ ୱେର ହାଉସରେ ପହଞ୍ଚି ପୁଲିଂ ପାର୍ଟିଙ୍କୁ ମତଦାନ କେନ୍ଦ୍ରକୁ ପଠାଇବାର ପ୍ରକ୍ରିୟାର ତଦାରଖ କରିଥିଲେ ।

ମତଦାନକୁ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ ମଣ୍ଡଳୀରେ ୧୯୮୩ ଜଣ ସୁରକ୍ଷାକର୍ମୀ ଓ ୩୨ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଛନ୍ତି । ଅତି ସମ୍ବେଦନଶୀଳ ଓ ସମ୍ବେଦନଶୀଳ ବୁଥ ପାଇଁ କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ ସହ ସଶସ୍ତ୍ର ପୋଲିସ ବଳ ମୁତୟନ ହୋଇଛନ୍ତି । ମୋଟ ୨ ହଜାରରୁ ଅଧିକ ପୁଲିଂ କର୍ମଚାରୀ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । 30ରେ ମତଦାନ ପରେ ଆସନ୍ତା ୩ ତାରିଖରେ ପୁରୀ ପେଣ୍ଠକଟା ୱେର ହାଉସ ଠାରେ ମତ ଗଣନା ହେବା ନେଇ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details