ଓଡିଶା

odisha

ରାତି ପାହିଲେ ପିପିଲି ଲଢେଇ, ବୁଥରେ ସ୍ଥିତି ପରଖିଲେ ଜିଲ୍ଲାପାଳ

By

Published : Sep 29, 2021, 6:46 PM IST

ଆସନ୍ତାକାଲି ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ଭୋଟ ଗ୍ରହଣ । ବୁଥରୁ ବୁଥ ବୁଲି ସ୍ଥିତି ପରିଖିଲେ ଜିଲ୍ଲାପାଳ । ନିର୍ଭୟରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଦେଲେ ଆହ୍ବାନ। ଅଧିକ ପଢନ୍ତୁ...

ରାତି ପାହିଲେ ପିପିଲି ଲଢେଇ, ବୁଥରେ ସ୍ଥିତି ପରଖିଲେ ଜିଲ୍ଲାପାଳ
ରାତି ପାହିଲେ ପିପିଲି ଲଢେଇ, ବୁଥରେ ସ୍ଥିତି ପରଖିଲେ ଜିଲ୍ଲାପାଳ

ପୁରୀ:ଆସନ୍ତାକାଲି ପିପିଲିରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ପୁରୀ ଜିଲାପାଳ ସମର୍ଥ ବର୍ମା ପିପିଲି ଯାଇ ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇ ପାରିବ ସେ ନେଇ ସମସ୍ତ ବ୍ୟବସ୍ଥାକୁ ସେ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ।

ରାତି ପାହିଲେ ପିପିଲି ଲଢେଇ, ବୁଥରେ ସ୍ଥିତି ପରଖିଲେ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ସବୁ ମତଦାନ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବା ସହ EVM ମେସିନ ଓ ଅନ୍ୟାନ୍ୟ ସରଞ୍ଜାମ ତଦାରଖ କରୁଛନ୍ତି । ସେହିପରି ସେକ୍ଟର ଅଫିସରମାନେ ବିଭିନ୍ନ ବୁଥ ପରଦର୍ଶନ କରି ମତଦାନ ପୂର୍ବରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଶେଷ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ମତଦାନ ପୂର୍ବରୁ ଆଜି ବୁଥ ଗୁଡିକୁ ସାନିଟାଇଜ କରାଯାଉଛି ।

ନିର୍ବାଚନ ମଣ୍ଡଳୀରେ ଚିହ୍ନଟ ହୋଇଥିବା ମୋଟ 201ଟି ଉତ୍ତେଜନାପ୍ରବଣ ବୁଥରୁ 175 ଟିରେ ୱେବ-କାଷ୍ଟିଂର ବ୍ୟବସ୍ଥା ହୋଇଛି । ଉକ୍ତ ବୁଥର ମତଦାନ ପ୍ରକ୍ରିୟାର ସିଧା ପ୍ରସାରଣ ନିର୍ବାଚନ ଆୟୋଗଙ୍କ ଓ୍ବେବସାଇଟରେ ଯେ କେହି ବି ଦେଖିପାରିବେ । ସେହିପରି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବୁଥଗୁଡ଼ିକରେ ମାଇକ୍ରୋ ଅବଜରଭର, ଭିଡିଓ ଗ୍ରାଫିର ମଧ୍ୟ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଓ ଶାନ୍ତି ବଜାର ରଖିବା ପାଇଁ ଯଥେଷ୍ଟ ସୁରକ୍ଷା ବଳ ମଧ୍ୟ ମୁତୟନ ହୋଇଛନ୍ତି । ଶାନ୍ତିପୂର୍ଣ୍ଣ ଓ ଅବାଧ ମତଦାନ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବ୍ୟବସ୍ଥା ସରିଛି । ଭୋଟରମାନେ ନିର୍ଭୟରେ ଯାଇ ନିଜର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ ପାଇଁ ଭୋଟ ଦେବା ଉଚିତ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details