ଓଡିଶା

odisha

କଟକରେ ନକଲି ଔଷଧ କାରବାର ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

By

Published : Sep 21, 2022, 10:50 PM IST

ନକଲି ଔଷଧ କାରବାର ମାମଲାରେ ରାଜ୍ୟ ବାହାର ଲିଙ୍କକୁ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କଟକ କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବହାରକୁ ଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢ଼ନ୍ତୁ

କଟକରେ ନକଲି ଔଷଧ କାରବାର ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ
କଟକରେ ନକଲି ଔଷଧ କାରବାର ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

କଟକ: ନକଲି ଔଷଧ କାରବାର ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କଟକ କମିଶନରେଟ ପୋଲିସ । ଦୁଇ ଷ୍ଟକିଷ୍ଟଙ୍କୁ ଗରିଫ କରିବା ପରେ ଏବେ ନକଲି ଔଷଧ କାରବାରର ମୁଖ୍ୟ କାର୍ପେଟଦାରର ସନ୍ଧାନ ଆରମ୍ଭ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇବା ପରେ ୪ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ବତନ୍ତ୍ର ପୋଲିସ ଟିମ ରାଜ୍ୟ ବହାରକୁ ଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

କଟକରେ ନକଲି ଔଷଧ କାରବାର ମାମଲା, ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

ସିଲ୍‌ଭର ସିଟିରେ ନକଲି ଔଷଧ କାରବାର ମାମଲାରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନକଲି ଔଷଧର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପାଇଁ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯାଇଛନ୍ତି । ଏହି ଘଟଣାର ଲିଙ୍କ୍ ଖୋଜିବା ପାଇଁ ଚଢ଼ାଉ ପରେ ଚଢ଼ାଉ କରୁଛି ପୋଲିସ । ତେବେ ଗତ ସେପ୍ଟେମ୍ବର ୧୯ (ସୋମବାର) କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ନକଲି ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କଟକ ନକଲି ଔଷଧ ଜବତ ମାମଲା: ରାଜ୍ୟ ବାହାରକୁ ଯିବ ସ୍ଵତନ୍ତ୍ର ପୋଲିସ ଟିମ୍

ସେପ୍ଟେମ୍ବର ୧୯ (ସୋମବାର) ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି (duplicate medicine link in Cuttack ) ।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (duplicate medicine seized in Cuttack) । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ତେବେ ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି, "ଏହି ନକଲି ଔଷଧ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କ ବାବଦରେ କିଛି ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି । ସେହି ସୁରାକକୁ ଆଧାର କରି ରାକେଟର ଉତ୍ପତିସ୍ଥଳ କୁହାଯାଉଥିବା ରାଜ୍ୟ ବାହରର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗସ୍ତ କରିଛନ୍ତି । ବିଶେଷ କରି ଯେଉଁ ଲୋକ ବା ବ୍ୟବସାୟୀମାନେ ପ୍ରଛଦପଟରେ ରହି ଔଷଧ ନାଁରେ ବିଷ କାରବାର କରୁଥିଲେ ସେମାନଙ୍କୁ ଠାବ କରିବା ପୋଲିସର ପ୍ରାଥମିକତା । ୪ ଜଣିଆ ଟିମ ଘଟଣାର ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି ।" ତେବେ ଏହି ମାମଲାର ତୃଣମୂଳ ସ୍ତରକୁ ଯାଇ ତଦନ୍ତ କରାଯାଉଥିବା କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details