କଟକ ନକଲି ଔଷଧ ଜବତ ମାମଲା: ରାଜ୍ୟ ବାହାରକୁ ଯିବ ସ୍ଵତନ୍ତ୍ର ପୋଲିସ ଟିମ୍

author img

By

Published : Sep 20, 2022, 9:24 PM IST

Cuttack commissionerate police special team to go out of Odisha to find duplicate medicine link

ନକଲି ଔଷଧର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପାଇଁ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ । ଏହି ଘଟଣାର ଲିଙ୍କ୍ ଖୋଜିବା ପାଇଁ ଚଢ଼ାଉ ପରେ ଚଢ଼ାଉ କରୁଛି ପୋଲିସ (duplicate medicine seized in Cuttack)। ଅଧିକ ପଢ଼ନ୍ତୁ

କଟକ: ସିଲ୍‌ଭର ସିଟିରେ ନକଲି ଔଷଧ କାରବାର ମାମଲାରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନକଲି ଔଷଧର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପାଇଁ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ । ଏହି ଘଟଣାର ଲିଙ୍କ୍ ଖୋଜିବା ପାଇଁ ଚଢ଼ାଉ ପରେ ଚଢ଼ାଉ କରୁଛି ପୋଲିସ । ଗତକାଲି କଟକ ମହତାବ ରୋଡରୁ ପୁରୀଘାଟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ମିଳିତ ଟିମ୍ ଟେଲମା ୪୦ର ପାଖାପାଖି ୧୩୪୦ ଷ୍ଟ୍ରିପ୍‌ ଜବତ କରିଥିଲା ।

କଟକ ନକଲି ଔଷଧ ଜବତ ମାମଲା: ରାଜ୍ୟ ବାହାରକୁ ଯିବ ସ୍ଵତନ୍ତ୍ର ପୋଲିସ ଟିମ୍

ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଉଛି । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଛନ୍ତି କଟକ ଡିସିପି (duplicate medicine link in Cuttack ) ।

ଏହା ବି ପଢ଼ନ୍ତୁ ରିମାଣ୍ଡରେ ଯିବେ ନକଲି ଔଷଧ କାରବାର ଅଭିଯୁକ୍ତ, ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୋଲିସ

ଏହାପୂର୍ବରୁ ନକଲି ଔଷଧ କାରବାର ଘଟଣାର ତଦନ୍ତରେ ପାଦେ ଆଗେଇଥିଲା ପୁରୀଘାଟ ଥାନା ପୋଲିସ । ଦୁଇ ଅଭିଯୁକ୍ତ ସଞ୍ଜୟ ଜଲାନ ଏବଂ ରାହୁଲ କ୍ୟାଲ୍‌ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ଦୁଇ ଦୁଇଟି ଆକାଉଣ୍ଟରେ ଥିବା 28 ଲକ୍ଷ ଟଙ୍କା ଫ୍ରିଜ୍‌ କରିଥିଲା ପୋଲିସ ।

ତାସହିତ ନକଲି ମେଡ଼ିସିନ କାରବାର ମାମଲାରେ କେବଳ ଏହି ଦୁଇଜଣ ସାମିଲ ରହିଛନ୍ତି ନା ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ପଚରାଉଚରା କରିବ ପୋଲିସ । ତେବେ ନକଲି ମେଡ଼ିସିନକୁ ବିହାର ଏବଂ ଗୟାରୁ କିଣିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ଏଣୁ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ପୋଲିସ୍‌ ଟିମ୍‌ ଯିବ ବୋଲି ନିଷ୍ପତ୍ତି ନେଇଥିଲା କଟକ କମିଶନରେଟ୍‌ ପୋଲିସ ।

ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (duplicate medicine seized in Cuttack) । ଏହି ଦୁଇ ବ୍ୟବସାୟୀ ଔଷଧ କିଣାବିକା ପାଇଁ ଅନ ଲାଇନରେ ଅର୍ଥକାରବାର କରିଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣା ପଡିଛି । ତେବେ ଏହି ମାମଲାର ତଦନ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.