ଓଡିଶା

odisha

ଓଡିଶା ଭିଜିଲାନ୍ସ ଅଧିକ ସକ୍ରିୟ, 2021ରେ ରାଜ୍ୟରେ ସର୍ବାଧିକ ଆୟବର୍ହିଭୁତ ମାମଲା

By

Published : Sep 4, 2022, 8:20 PM IST

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବକ 2021 ମସିହାରେ ଓଡ଼ିଶା ଭିଜିଲାନ୍ସ ମୋଟ 92ଟି ଆୟବର୍ହିଭୁତ ସମ୍ପତି ଠୁଳ ମାମଲା ରୁଜୁ କରିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ । ଅଧିକ ପଢନ୍ତୁ

ଜାତୀୟ ସ୍ତରରେ ଓଡିଶା ଭିଜିଲାନ୍ସର ସଫଳତା
ଜାତୀୟ ସ୍ତରରେ ଓଡିଶା ଭିଜିଲାନ୍ସର ସଫଳତା

କଟକ:ଓଡ଼ିଶା ଭିଜିଲାନ୍ସ ଜାତୀୟ ସ୍ତରରେ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଆୟବର୍ହିଭୁତ ସମ୍ପତି ଠୁଳ କରିଥିବା ଦୁର୍ନୀତି ଖୋର ସରକାରୀ ବାବୁ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କୀର୍ତ୍ତିମାନ ସ୍ଥାପନ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(NCRB) ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବକ 2021 ମସିହାରେ ଓଡିଶା ଭିଜିଲାନ୍ସ(Odisha Vigilance) ମୋଟ 92ଟି ଆୟବର୍ହିଭୁତ ସମ୍ପତ୍ତି ଠୁଳ ହୋଇଥିବା ନେଇ ମାମଲା ରୁଜୁ ହୋଇଛି ।

ଜାତୀୟ ସ୍ତରରେ ଓଡିଶା ଭିଜିଲାନ୍ସର ସଫଳତା

ତେବେ ଯାହାକି ସମଗ୍ର ଦେଶରେ ସର୍ବାଧିକ ଏବଂ ଓଡ଼ିଶା ପଛକୁ ଦ୍ବିତୀୟ ସ୍ଥାନରେ ତାମିଲନାଡୁ ଓ ତୃତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି । ସେହିପରି ସରକାରୀ ଅର୍ଥକୁ ହଡ଼ପ କରିବା ନେଇ ମୋଟ 75ଟି ମାମଲା ଦାୟର ହୋଇଥିବାବେଳେ, ସେହି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଭିଜିଲାନ୍ସ ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଦ୍ବିତୀୟ ରାଜ୍ୟ ଭାବେ ଓଡ଼ିଶା ମୋଟ 12 ଜଣ ଦୁର୍ନୀତି ଖୋର ସରକାରୀ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛି ।

ଏଥିସହ ମୋଟ 37ଟି ମାମଲା 46 ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ଦଣ୍ଡବିଧାନର ହାର 42.5 ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରୁ ଦୁର୍ନୀତି ନିବାରଣ ନେଇ ଭିଜିଲାନ୍ସ ବିଭାଗ ଅଧିକ କ୍ରିୟାଶୀଳ ଭାବେ କାର୍ଯ୍ୟ କରୁଛି । ଫଳ ସ୍ବରୂପ ବିଭାଗକୁ ଏହି ସଫଳତା ମିଳିଥିବା କହିଛନ୍ତି ଭିଜିଲାନ୍ସ ସେଲ ଏସପି ।

ଏହା ବି ପଢନ୍ତୁ-ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ: ଡିସିପି

ଭିଜିଲାନ୍ସ ସେଲ ଏସ.ପି ଏମ.ରାଧାକୃଷ୍ଣଙ୍କ କହିବା ଅନୁସାରେ, "କ୍ରାଇମ ରେକର୍ଡ ବ୍ୟୁରୋ ବିଭିନ୍ନ ରାଜ୍ୟର କ୍ରାଇମ ଆକ୍ଟିଭିଟିସ ଓ ଆଣ୍ଟି କରପସନ ଆକ୍ଟିଭିଟିସକୁ ସମୀକ୍ଷା କରି ରିପୋର୍ଟ ପ୍ରକାଶ କରିଥାନ୍ତି । ସେହି ଭଳି ଚଳିତ ବର୍ଷ ମଧ୍ୟ ଏନସିଆରବି କିଛି ରାଜ୍ୟର ଆଣ୍ଟି କରପସନ ଆକ୍ଟିଭିଟିସକୁ ସମୀକ୍ଷା କରି ରିପୋର୍ଟ ପ୍ରକାଶ କରିଛି । ତେବେ ଏନେଇ ଗତ 2021 ବର୍ଷ ପାଇଁ ଓଡିଶା ଭିଜିଲାନ୍ସ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।" ବ୍ୟୁରୋ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ 2021 ମସିହାରେ ଓଡିଶା ଭିଜିଲାନ୍ସ ମୋଟ 92ଟି ଆୟବର୍ହିଭୁତ ସମ୍ପତ୍ତି ଠୁଳ ହୋଇଥିବା ନେଇ ମାମଲା ରୁଜୁ କରାଯାଇଛି ।

ଇଟିିଭି ଭାରତ, କଟକ

ABOUT THE AUTHOR

...view details