ଭୁବନେଶ୍ବର :ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଘୋଟାଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ ଆସି ସର୍ଭେ କରିଥିଲେ । ଦେଖିବାକୁ ମିଳିଥିଲା ପାଖାପାଖି 85 ପ୍ରତିଶତ ଅଯୋଗ୍ଯ ହିତାଧିକାରୀ (fake beneficiary) ରହିଥିଲା। ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଏହି ରିପୋର୍ଟ ଉତ୍ତରରେ ସନ୍ତୋଷ ପ୍ରକାଶ କରିନାହାନ୍ତି।
ଓଡିଶାର ବିଭିନ୍ନ ଜିଲ୍ଲାରେ ଦୁର୍ନୀତି ହୋଇଛି ବୋଲି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦଳ ତରଫରୁ ଦିଆଯାଇଥିଲା । ଏହାସହ କେନ୍ଦ୍ରୀୟ ଟିମ ମଧ୍ୟ ବିଭିନ୍ନ ଜିଲ୍ଲାରେ ଅନୁଧ୍ୟାନ କରିବା ପରେ କିଛି ଅଫିସରଙ୍କୁ ନିଲମ୍ବିତ ମଧ୍ୟ କରଯାଇଥିଲା । ଯେତେବେଳେ ଦୁର୍ନୀତି ସାମ୍ନାକୁ ଆସୁଥିଲା । ତଳ ସ୍ତରରେ କାମ କରୁଥିବା ସରପଞ୍ଚ, ଜିଆରଏସ ଏବଂ ପିଇଓ ମାନଙ୍କର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ରହୁଛି । ଯେହେତୁ ଓଡିଶାରେ ବିଜେଡ଼ିର ଶାସନ ଚାଲିଛି । ତେଣୁ ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀମାନଙ୍କ ସହ ବିଜେଡ଼ିର ସମର୍ଥନ ରହୁଛି ।