ଓଡିଶା

odisha

ଇତିହାସ ରଚିଲେ u-18 ବାଳିକା ରଗବୀ ଦଳ, ସମ୍ବର୍ଦ୍ଧନା କଲେ ଓଡିଶା ସରକାର

By

Published : Sep 22, 2021, 8:58 PM IST

ଲୋକସେବା ଭବନରେ U-18 ରଗବୀ ଦଳକୁ ସମ୍ବର୍ଦ୍ଧନା
ଲୋକସେବା ଭବନରେ U-18 ରଗବୀ ଦଳକୁ ସମ୍ବର୍ଦ୍ଧନା ()

୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ଦଳ ବୁଧବାର ଓଡ଼ିଶାରେ ପହଞ୍ଚିଛି । ଏହାପରେ ଲୋକସେବା କନଭେନସନ ହଲ୍‌ରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢ଼ନ୍ତୁ...

ଭୁବନେଶ୍ବର: ଉଜ୍‌ବେକିସ୍ତାନରେ ଆୟୋଜିତ ୧୮ ବର୍ଷରୁ କମ୍‌ ବାଳିକା ରଗବୀ ସେଭେନ ଚମ୍ପିଆନସିପ୍‌ ୨୦୨୧ରେ ଭାରତୀୟ ଦଳ ରୋପ୍ୟ ପଦକ ହାସଲ କରିଛି । ୧୮ ବର୍ଷରୁ କମ୍‌ ଭାରତୀୟ ବାଳିକା ଦଳ ଆଜି ଓଡ଼ିଶା ଆସି ପହଞ୍ଚିଛି । ଏହାପରେ ଆଜି ଲୋକସେବା କନଭେନସନ ହଲ୍‌ରେ ଖେଳାଳିଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଇତିହାସ ରଚିଲେ ବାଳିକା ରଗବୀ ଦଳ, ଓଡ଼ିଶା ସରକାର କଲେ ସମ୍ବର୍ଦ୍ଧନା

ଏହି ପରିପ୍ରେକ୍ଷୀରେ ପଦକ ବିଜୀୟିନୀ ୧୮ ବର୍ଷରୁ କମ୍‌ ବାଳିକା ରଗବୀ ଭାରତୀୟ ଦଳ ପାଇଁ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଛି। ୧୮ ବର୍ଷରୁ କମ୍‌ ବାଳିକା ରଗବୀ ସେଭେନ ଚମ୍ପିଆନସିପ୍‌ ୨୦୨୧ରେ ଏସିଆର ମୋଟ ୫ଟି ଦେଶ ଭାଗ ନେଇଥିଲେ । ସେଗୁଡ଼ିକ ହେଉଛି କାଜାଖସ୍ତାନ, କିର୍ଗିଜସ୍ଥାନ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଭାରତ । ତେବେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛି ।

ଏହି ସମାରୋହରେ ଓଡ଼ିଶା ସରକାର, ରଗବୀ ଇଣ୍ଡିଆ ଏବଂ ସହଯୋଗୀ ପାର୍ଟନର ବ୍ଲେଡ୍ ଅର୍ବାନ ଏୟାର ମୋବିଲିଟିର ପ୍ରତିନିଧି ଉପସ୍ଥିତ ରହିଥିଲେ । ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭାରତୀୟ ଦଳକୁ ୫ ଲକ୍ଷ ଟଙ୍କା ପୁରୁସ୍କାର ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଏହାଛଡ଼ା ବ୍ଲେଡ ଇଣ୍ଡିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଲେଖାଏଁ ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଇଭେଣ୍ଟରେ ୧୮ ବର୍ଷରୁ କମ୍‌ ବାଳିକା ରଗବୀ ଭାରତୀୟ ରଗବୀ ଦଳକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗର ସଚିବ ଭିନିଲ କ୍ରୀଷ୍ଣା, ରଗବୀ ଇଣ୍ଡିଆ ସଭାପତି ବିକ୍ରମ ଆହୁଜା ଏବଂ ରଗବୀ ବୋର୍ଡ ସଦସ୍ୟ ରାହୁଲ ବୋଷ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details