ଓଡିଶା

odisha

କଡାକଡି ସର୍ଭିଲାନ୍ସ ଛଡା ଅଲଗା ବାଟ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Sep 7, 2021, 1:12 PM IST

Updated : Sep 7, 2021, 1:44 PM IST

ସ୍କୁଲରେ କୋଭିଡ ସଂକ୍ରମଣ ବଢିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଏଥିପାଇଁ ଅଲଗା ବାଟ କିଛି ନାହିଁ, କେବଳ ସର୍ଭିଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ଼୍ କଟକଣା ଢିଲା ହୋଇଛି ତାହା ବି ଦେଖିବାକୁ ପଡ଼ିବ । ଅଧିକ ପଢନ୍ତୁ...

ସର୍ଭିଲାନ୍ସ କଡାକଡି ଛଡା ଅଲଗା ବାଟ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ସର୍ଭିଲାନ୍ସ କଡାକଡି ଛଡା ଅଲଗା ବାଟ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ସ୍କୁଲରେ କୋଭିଡ ସଂକ୍ରମଣ ବଢିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ‘ଆଗରୁ ଏହା ଆଶଙ୍କା କରାଯାଉଥିବା, ଆଉ ଏବେ ତାହା ବଢୁଛି । ସେଥିରୁ ଦେଖିବାକୁ ପଡିବ କେତେ ଜଣଙ୍କ ପାଖରେ ଲକ୍ଷଣ ଅଛି ଆଉ କେତେ ଜଣ ଗୁରୁତର ହୋଇଛନ୍ତି । ତେବେ ଏଥିପାଇଁ ଅଲଗା ବାଟ କିଛି ନାହିଁ, କେବଳ ସର୍ଭିଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ଼୍ କଟକଣା ଢିଲା ହୋଇଛି ତାହା ବି ଦେଖିବାକୁ ପଡ଼ିବ । ସ୍କୁଲକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଯଦି କାହା ପାଖରେ ଲକ୍ଷଣ ରହୁଛି, ସେମାନେ ସ୍କୁଲକୁ ନ ଆସିବାକୁ କହିଛନ୍ତି ବିଜୟ ମହାପାତ୍ର ।

ସର୍ଭିଲାନ୍ସ କଡାକଡି ଛଡା ଅଲଗା ବାଟ ନାହିଁ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ତାଙ୍କ ସୂଚନାନୁସାରେ ଏବେ ICU ରେ .2 ପ୍ରତିଶତ ପିଲା ଅଛନ୍ତି। ଭେଣ୍ଟିଲେଟରରେ କେହି ପିଲା ନାହାଁନ୍ତି। ହସ୍ପିଟାଲାଇଜେସନ୍ ରେଟରୁ ଜଣା ପଡ଼ୁଛି ଅଧିକାଂଶ ପିଲା ମାଇଲ୍ଡ ସଂକ୍ରମିତ। ଆର୍ ଭାଲ୍ୟୁ ଭୁବନେଶ୍ବର ଓ କଟକରେ .1 ଥିବାବେଳେ ଉପକୂଳରେ .9 ରହିଛି। ଆମର ଆଡ଼ମିଶନ କମ୍, ଭେଣ୍ଟିଲେଟର କମ୍, ସିଭିଆରିଟି କମ୍ ଅଛି। ତେଣୁ ଆମେ କଟକଣା ମାନିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଅନ୍ୟପଟେ ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କରିଛି ସ୍ବାସ୍ଥ୍ୟ ବିଭାଗ। ସେ କହିଛନ୍ତି ଯେ, ପିଲାଙ୍କର ପ୍ରାଥମିକ ଦାୟିତ୍ବ ଅଭିଭାବକଙ୍କର। ସେମାନେ ଜଣାଇବା ଦରକାର ଯେ ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ବର ହୋଇଛି। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ। ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁହେଁ ତେଣୁ ମାଆ ବାପାମାନେ ସାବଧାନ ରୁହନ୍ତୁ ।

ଏପଟେ ଅକ୍ସିଜେନ ତୃତୀୟ ଲହରି ପାଇଁ ପର୍ଯ୍ୟାପ୍ତ ମହଜୁଦ ଅଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ତେବେ ଆଜି(ମଙ୍ଗଳବାର) ରାଜ୍ୟରେ 93 ଶିଶୁ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଛି। ସେପ୍ଟେମ୍ବର 1 ରୁ ସେପ୍ଟେମ୍ବର 7 ତାରିଖ ମଧ୍ୟରେ 817 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ତେବେ ରାଜ୍ୟରେ ପ୍ରଥମ ଲହରଠାରୁ ଆଜି ପର୍ଯ୍ୟନ୍ତ 0 ରୁ 18 ବର୍ଷ ମଧ୍ୟରେ 85 ହଜାର 491 ଜଣ ଶିଶୁ ଆକ୍ରାନ୍ତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated :Sep 7, 2021, 1:44 PM IST

ABOUT THE AUTHOR

...view details