ଓଡିଶା

odisha

Panchayat Polls: ଜିଲ୍ଲାପାଳ ଓ SPଙ୍କ ସହ ଚାଲିଛି ନିର୍ବାଚନ ଆୟୋଗଙ୍କ ଆଲୋଚନା

By

Published : Jan 15, 2022, 11:14 AM IST

Panchayat Polls: ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଚାଲିଛି ନିର୍ବାଚନ ଅୟୋଗଙ୍କ ଆଲୋଚନା
Panchayat Polls: ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଚାଲିଛି ନିର୍ବାଚନ ଅୟୋଗଙ୍କ ଆଲୋଚନା ()

ପାଖେଇ ଆସୁଛି ପଞ୍ଚାୟତ ଲଢେଇ । ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଛି ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଆଲୋଚନା । ଅଧିକ ପଢନ୍ତୁ

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଛି ନିର୍ବାଚନ ଆୟୋଗ ଏବଂ ପ୍ରଶାସନିକ ଆଲୋଚନା । ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ ଅୟୋଗ । ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଆଜି(ଶନିବାର) ଆଲୋଚନା କରୁଛନ୍ତି ।

ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଚାଲିଛି ଆଲୋଚନା । ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ୍‌ ଡିଜି ସୁନୀଲ କୁମାର ବଂଶଲ, ଗୃହ ସଚିବ ସଂଜୀବ ଚୋପ୍ରା, ସ୍ୱାସ୍ଥ୍ୟ ସଚିବ ରାଜକୁମାର ଶର୍ମା ଓ ପଞ୍ଚାୟତିରାଜ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ବିଭିନ୍ନ ଜିଲ୍ଲା ଓସୱାନ୍‌ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡିସିପି, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ଅଛନ୍ତି । ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନବେଳେ ଆଇନଶୃଙ୍ଖଳା ରକ୍ଷା, କୋଭିଡ୍‌ ମଧ୍ୟରେ ନିରାପଦ ନିର୍ବାଚନ ନେଇ ଚାଲିଛି ଆଲୋଚନା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details