ଓଡିଶା

odisha

ନ୍ୟାସନାଲ ହେଲଥ ମିଶନରୁ ୫ କୋଟି ଜାଲିଆତି, ଧରାପଡିଲା ମାଷ୍ଟରମାଇଣ୍ଡଙ୍କ ଭାଇ

By

Published : Oct 19, 2021, 8:49 PM IST

Updated : Oct 19, 2021, 9:25 PM IST

Sonpur NHM corruption EOW arrested one accussed
ନ୍ୟାସନାଲ ହେଲଥ ମିଶନରୁ ୫ କୋଟି ଜାଲିଆତି,ଧରାପଡିଲା ମାଷ୍ଟରମାଇଣ୍ଡଙ୍କ ଭାଇ ()

ଜାତୀୟ ସ୍ବାସ୍ଥ୍ୟ ମିଶନରୁ ୫ କୋଟି ଜାଲିଆତି ମାମଲାରେ ସୋନପୁରରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW। ଅଧିକ ପଢନ୍ତୁ...

ଭୁବନେଶ୍ବର/ସୁବର୍ଣ୍ଣପୁର : ଏନଏଚଏମ ଜାଲିଆତି ମାମଲାରେ ପୁଣି ଜଣକୁ ଗିରଫ କଲା EOW । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜାତୀୟ ସ୍ବାସ୍ଥ୍ୟ ମିଶନ ଆକାଉଣ୍ଟରୁ ପାଞ୍ଚ କୋଟି ଟଙ୍କା ହେରଫେର ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆର୍ଥିକ ଅପରାଧ ଶାଖା ପୁଣି ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଯୁବକକୁ ଆଜି ସୋନପୁର କୋର୍ଟ ଚାଲାଣ କରାଯାଇଛି।

ନ୍ୟାସନାଲ ହେଲଥ ମିଶନରୁ ୫ କୋଟି ଜାଲିଆତି, ଧରାପଡିଲା ମାଷ୍ଟରମାଇଣ୍ଡଙ୍କ ଭାଇ

ଗିରଫ ଯୁବକ ଜଣକ ଭୁବନେଶ୍ବରର ଅବିନାଶ କୁମାର ପ୍ରଧାନ । ଗତ 7 ଅପ୍ରେଲ 2021ରେ ଜିଲ୍ଲା ପୋଲିସର ପରାମର୍ଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାଞ୍ଚ କୋଟି ଟଙ୍କା ହେରଫେର ହେବା ଜଣାପଡିବା ପରେ ରାଜ୍ୟ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଏହାର ଅନୁସନ୍ଧାନ କରି ପୂର୍ବରୁ ଏହି ଟଙ୍କା ଆତ୍ମସାତ ମାମଲାରେ ତିନି ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ତିନି କୋଟି 30 ଲକ୍ଷ ଟଙ୍କା ଫ୍ରିଜ କରିଥିଲେ।

ଏନେଇ ସୁବର୍ଣ୍ଣପୁର ସିଡିଏମଓ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଏହା ପରେ ଏହି କେସର ତଦନ୍ତ କରି ଅଭିଯୁକ୍ତ ଅବିନାଶ ପ୍ରଧାନକୁ ଗିରଫ କରିଛି ଅର୍ଥନୈତିକ ଅପରାଧା ଶାଖା। ପୂର୍ବରୁ ତାର ଅନ୍ୟ ୩ ସହଯୋଗୀ ଏହି ମାମଲାରେ ଗିରଫ ହୋଇଥିଲେ। ତେବେ ପୂର୍ବରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଭବାନୀପାଟଣାର ରାଜକିଶୋର ନାୟକ ଓ ଅନନ୍ତ ଚରଣ ପ୍ରଧାନ ସହିତ ରାଉରକେଲାର ସମୀର କୁମାର ପତି ଏହି ଘଟଣାରେ ଗିରଫ ହୋଇଥିଲେ।

ତେବେ କମ୍ପୁଟର ହ୍ୟାକ କରିବା ସହିତ ଇ ଟ୍ରାନ୍ସଫର କରି ପାଞ୍ଚ କୋଟିରୁ ଅଧିକ ଟଙ୍କା ହେରଫେର କରାଯାଇଥିଲା। ଅଭିଯୁକ୍ତ ଅବିନାଶ କୁମାର ପ୍ରଧାନ ସହଯୋଗ କରିଥିବା ଅଭିଯୋଗରେ ତାକୁ କ୍ରାଇମବ୍ରାଞ୍ଚ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଭୁବନେଶ୍ବରରୁ ତାପସ ପରିଡା ଓ ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated :Oct 19, 2021, 9:25 PM IST

ABOUT THE AUTHOR

...view details