ଓଡିଶା

odisha

ପୁଣି ଚର୍ଚ୍ଚାରେ ଆଥେଲଟ ଭଉଣୀ ଦୂତି ସରସ୍ବତୀ, ସୋସିଆଲ ମିଡିଆରେ ପରସ୍ପରର ଚରିତ୍ର ସଂହାର

By

Published : Sep 25, 2022, 8:40 PM IST

Updated : Sep 25, 2022, 9:06 PM IST

ପୁଣି ଚର୍ଚ୍ଚାରେ ୨ ଆଥଲେଟ ଭଉଣୀ ଦୂତି ଚାନ୍ଦ ଓ ସରସ୍ବତୀ ଚାନ୍ଦ । ସୋସିଆଲ ମିଡ଼ିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ପରସ୍ପରର ଚରିତ୍ର ସଂହାର କରିଛନ୍ତି । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ ଆଥେଲଟ ଭଉଣୀ ଦୂତି ସରସ୍ବତୀ, ସୋସିଆଲ ମିଡିଆରେ ପରସ୍ପରର ଚରିତ୍ର ସଂହାର
ପୁଣି ଚର୍ଚ୍ଚାରେ ଆଥେଲଟ ଭଉଣୀ ଦୂତି ସରସ୍ବତୀ, ସୋସିଆଲ ମିଡିଆରେ ପରସ୍ପରର ଚରିତ୍ର ସଂହାର

ହାଇଦ୍ରାବାଦ/ଯାଜପୁର : ପୁଣି ସୋସିଆଲ ମିଡିଆରେ ଆଥେଲଟ ଭଉଣୀ ଦୂତି ଚାନ୍ଦ ଓ ସରସ୍ବତୀ ଚାନ୍ଦଙ୍କ କଳି (Social media war between Dutee and Saraswati Chand) । ସାମାଜିକ ଗଣମାଧ୍ୟମରେ ପରସ୍ପର ଉପରେ ବର୍ଷିଲେ ୨ ଭଉଣୀ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପରସ୍ପରର ଚରିତ୍ର ସଂହାର କରିବା ସହିତ ପରସ୍ପର ବିରୋଧରେ ଲେଖିଛନ୍ତି ଅରୁଚିକର, ଅଶୋଭନୀୟ କଥା । ୨ ଭଉଣୀଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ୱାର ଚାଲିଥିବା ବେଳେ ଏବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଭଉଣୀ ବିରୋଧରେ ଦୂତିଙ୍କ ସଙ୍ଗୀନ ଅଭିଯୋଗ

ଅଲମ୍ପିଆନ ଦୂତି ଚାନ୍ଦ ଗତ କିଛି ତଳେ ଏକ ଘରୋଇ ଚାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜା (Jhalak dikhhla jaa)ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଏହି ଡ୍ୟାନ୍ସି ଶୋ'ରେ ସେ ଅଂଶଗ୍ରହଣ କରିବା ପରେ ତାଙ୍କୁ କଟାକ୍ଷ କରିଥିଲେ ଭଉଣୀ ସରସ୍ବତୀ । ଦୂତି ନିଜ ସ୍ପୋର୍ଟ୍ସ କ୍ୟାରିଅର ଶେଷ କରି ନର୍ତ୍ତକୀ ଭାବେ ନୂଆ କ୍ୟାରିଅର ଆରମ୍ଭ କରିଥିବା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ।

ଡ୍ୟାନ୍ସ ରିଆଲିଟି ଶୋ'ରେ ଯୋଗ ଦେବା ପରେ ଦୂତିଙ୍କ ବିରୋଧରେ ଭଉଣୀଙ୍କ ବିବାଦୀୟ ପୋଷ୍ଟ
ଦୂତିଙ୍କୁ ବଡ଼ ଭଉଣୀଙ୍କ କଟାକ୍ଷ

ସରସ୍ବତୀ ପୁଣି ଆଜି ଆଉ ଏକ ପୋଷ୍ଟ କରିଥିଲେ । ତେବେ ଏଥିରେ ସେ ଲେଖିଥିଲେ, " ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣି ଜାଣି ହାରୁଥିଲି, ହେଲେ ବାପାମାଆଙ୍କର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ ତୋତେ ସ୍ପଏଲ କରିଦେବି ।" ସରସ୍ବତୀଙ୍କ ଏହି ପୋଷ୍ଟର ଜବାବ ସମାନ ଢଙ୍ଗରେ ରଖିଥିଲେ ଦୂତି । ସେ ମଧ୍ୟ ଏକ ପୋଷ୍ଟ କରି ସରସ୍ବତୀଙ୍କ ଚରିତ୍ର ସଂହାର କରିବା ସହିତ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଦୂତି ଲେଖିଛନ୍ତି, ପୋଲିସର ଧମକ ଦେଖାଇ ଗୋଟିଏ ବାଙ୍ଗଲାଦେଶୀ ଝିଅକୁ ... ବାଙ୍ଗଲାଦେଶୀ ଓ ନେପାଳର ନାଗରିକଙ୍କୁ ଓଡ଼ିଶା ଆଣି ତାଙ୍କୁ ଭାରତର ବାସିନ୍ଦା କରାଉଛନ୍ତି । ସେହିପରି ଶେଷରେ ତୁ ବହୁତ ମୋତେ କହିଲୁଣି । ମୁଁ ବହୁତ ସହିଲିଣି ଜଦି ଖୁସିରେ ବଞ୍ଚିବାର ଅଛି ସୁଧୁରିଯା ନହେଲେ ... । ମୁଁ ତୋର କଣ କରିବି ତୁ ଭଲ ଭାବରେ ଜାଣିଛୁ । ପୋଲିସ ଅଧିକାରିଣୀ ଭାବେ ସେ ନିଜ ପଦବୀର ଦୁରୂପଯୋଗ କରୁଥିବା ଦୂତି ଅଭିଯୋଗ ଆଣିଛନ୍ତି । ଦୂତି ତାଙ୍କ ପୋଷ୍ଟରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାର ତଦନ୍ତ କରାଯିବାକୁ ମଧ୍ୟ ଆହ୍ବାନ କରିଛନ୍ତି ।

ସରସ୍ବତୀଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ

ଏହା ବି ପଢନ୍ତୁ- Jhalak dikhhla jaa: ଧାକଡ ଗୀତରେ ଧୁମ୍‌ ମଚାଇଲେ ଦୂତି ଚାନ୍ଦ

ସାମାଜିକ ଗଣମାଧ୍ୟମରେ ଅତି ନିମ୍ନମାନର ଅଭିଯୋଗ ଆଣି ଉଭୟ ପରସ୍ପରର ଚରିତ୍ର ସଂହାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ଦିହେଁ ଦୁହିଁଙ୍କୁ କଡ଼ା ଭାଷାରେ ଧମକ ଦେଇଥିବା ଦେଖାଯାଇଛି । ତେବେ ଦୂତି ଓ ସରସ୍ବତୀ ତାଙ୍କ ପୋଷ୍ଟରେ ଉଭୟ ଉଭୟଙ୍କ ବିରୋଧରେ ଏପରି ଅନେକ ସଙ୍ଗୀନ ଅଭିଯୋଗ କରିବା ସହ ଚରିତ୍ର ସଂହାର କରିଛନ୍ତି ଯାହାକି ଦାଯିତ୍ବବାନ ଗଣମାଧ୍ୟମ ଭାବରେ ଆମେ ସେସବୁ ଏଠାରେ ଲେଖିପାରୁନୁ । ସାମାଜିକ ଗଣମାଧ୍ୟମରେ ଦୁଇ ଭଉଣୀଙ୍କ ଏପରି ଆରୋପ ପ୍ରତ୍ୟାରୋପର ଲଢେଇକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଉଭୟ ଭଉଣୀଙ୍କ ଏହା ପ୍ରଥମ ଥର ନୁହେଁ । ଏଭଳି ଅନେକ ଥର ପରସ୍ପର ପରସ୍ପରର ଦୋଷ ଦୁର୍ବଳତା ଓ ଅନେକ ବ୍ୟକ୍ତିଗତ ବିଷୟକୁ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି ୨ ଭଉଣୀ । ଦୂତିଙ୍କ ସଙ୍ଗୀନ ଅଭିଯୋଗର ପୋଷ୍ଟ ଉପରେ ପ୍ରତିକ୍ରିୟା ଜାଣିବା ପାଇଁ ଆମ ଯାଜପୁର ପ୍ରତିନିଧି ଦୂତିଙ୍କ ଭଉଣୀ ସରସ୍ବତୀ ଚାନ୍ଦଙ୍କ ସହ ଯୋଗାଯୋଗ କରିଥିଲେ । ତେବେ ଏନେଇ ପରେ ସେ(ସରସ୍ବତୀ) ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି

ସୂଚନା ଥାଉ କି ପୂର୍ବରୁ ମଧ୍ୟ କାରକୁ ନେଇ ୨ ଜଣଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ଆର୍ଥିକ ସ୍ଥିତି ଯୋଗୁଁ ପ୍ରଶିକ୍ଷଣ ପାଇଁ ନିଜର ଦାମୀ କାର BMW ବିକିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଦୂତୀ । ଦୂତୀଙ୍କ ଏହି ପୋଷ୍ଟକୁ ଆକ୍ଷେପ କରି ବଡ ଭଉଣୀ ମଧ୍ୟ ଏକ ପୋଷ୍ଟ କରିଥିଲେ । ଏହାକୁ ନେଇ ଦୁଇ ଭଉଣୀ ମୁହାଁମୁହିଁ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 25, 2022, 9:06 PM IST

ABOUT THE AUTHOR

...view details