Jhalak dikhhla jaa: ଧାକଡ ଗୀତରେ ଧୁମ୍‌ ମଚାଇଲେ ଦୂତି ଚାନ୍ଦ

author img

By

Published : Sep 18, 2022, 4:00 PM IST

Jhalak dikhhla jaa

ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାରେ ନଜର ଆସିଛନ୍ତି ଦୌଡରାଣୀ ଦୂତି । ପ୍ରଥମ ଦିନ ବଲିଉଡ ଗୀତ ଧାକଡ ଗୀତରେ ଡ୍ୟାନ୍ସ କରି ବିଚାରକଙ୍କ ମନ ଜିତିଛନ୍ତି ଦୂତି । ଅଧିକ ପଢନ୍ତୁ

ଭୁବନେଶ୍ବର: ନୂଆ ରୂପରେ ନଜର ଆସିଛନ୍ତି ଅଲିମ୍ପିଆନ ଦୌଡରାଣୀ ଦୂତି ଚାନ୍ଦ । କଲର୍ସ ଚ୍ୟାନେଲର ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ଶୋ ଝଲକ ଦିଖଲା ଜାରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ଦୂତି । ପ୍ରତିଯୋଗୀ ଭାବେ ପ୍ରଥମ ଦିନରେ ବଲିଉଡ ଗୀତ ଧାକଡ ହେ ଧାକଡରେ ଡ୍ୟାନ୍ସ ଜଲୱା ଦେଖାଇଛନ୍ତି ଦୂତି। ଏହାସହ ବିଚାରକଙ୍କ ମନ ଜିଣିଛନ୍ତି । ଦୂତିଙ୍କ ଡ୍ୟାନ୍ସ ଦେଖି ବିଚାରକମାନେ ବେଶ ଖୁସି ହୋଇଥିଲେ ।

କ୍ରୀଡା ଜଗତରେ 20 ବର୍ଷ ବିତାଇଛନ୍ତି ଦୂତି ଚାନ୍ଦ । ପ୍ରଥମ ଥର ପାଇଁ ଡ୍ୟାନ୍ସ କରିଛନ୍ତି । ସାମାନ୍ୟ ନର୍ଭସ ଥିଲେ ମାତ୍ର ଧାକଡ ଗୀତରେ ଧୁମ ମଚାଇଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ପୂର୍ବରୁ ଶୋରେ ଭାଗ ନେବା ପାଇଁ ଦୂତିଙ୍କୁ ପ୍ରସ୍ତାବ ଆସିଥିଲା । ଅଲମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ସମୟ ଦେଇ ପାରୁନଥିଲେ । ମାତ୍ର ଏବେ ଦଶମ ସଂସ୍କରଣରେ ଭାଗ ନେଇଛନ୍ତି ଦୂତି । ପ୍ରଥମ ଓଡିଆ କ୍ରୀଡାବିତ ଭାବେ ରିୟଲିଟି ଶୋର ଭାଗ ନେଇ ବେଶ ଉତ୍ସାହିତ ଦେଖିବାକୁ ମିଳିଛି । ଖେଳ ବ୍ୟତୀତ ଡ୍ୟାନ୍ସରେ କିଛି କରି ଦେଖାଇବା ନେଇ ଦୂତିଙ୍କ ପାଖରେ ସୁଯୋଗ ରହିିଛି ।

ପୂର୍ବରୁ କେବିସି କାର୍ଯ୍ୟକ୍ରମରେ ସାମି ହୋଇଥିଲେ । ଶୋ'ରେ ଦୂତିଙ୍କ ନାଚ ଦେଖି ବିଚାରପତି ମାଧୁରି ଦୀକ୍ଷିତ ତାଙ୍କ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହର ଶୋ'ର ଅଂଶ ହୋଇଥିବାରୁ ଗର୍ବିତ ବୋଲି କହିଥିଲେ । ତେବେ ଡ୍ୟାନ୍ସ ଶୋ'ର ଦୂତିଙ୍କ ଏ ଯାତ୍ରା କେତେ ଦୂର ରହୁଛି ତାହା ଦେଖିବା ବାକି ରହିଲା ।

ଏହା ବି ପଢନ୍ତୁ...Legends League Cricket: ଆଗକୁ ମ୍ୟାଚ୍‌, OCAର ଜୋରଦାର ପ୍ରସ୍ତୁତି

ଝଲକ ଦିଖଲା ଜାର ଚଳିତ ସିଜିନ ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇଛି । ଏଥିରେ ବହୁ ସେଲିବ୍ରିଟି ରୁବିନା ଦିଲେକ, ନିଆ ଶର୍ମା ଓ ଧୀରଜ ଧୂରପ ଅଂଶ ଗ୍ରହଣ କରିଛନ୍ତି । ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ, ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତ୍ରୀ ନୋରା ଫତେହି ବିଚାରକ ଦାୟିତ୍ବ ତୁଲାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.