ETV Bharat / city

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି

author img

By

Published : Jul 11, 2020, 10:22 PM IST

ପାରିବାରିକ କଳିକୁ ନେଇ ଚର୍ଚ୍ଚାରେ ଦୁଇ ଆଥଲେଟ ସରସ୍ବତୀ ଚାନ୍ଦ ଏବଂ ଦୂତୀ ଚାନ୍ଦ । ସୋସିଆଲ ମିଡିଆରେ ଦୂତୀ ନିଜ କାର ବିକିବା ନେଇ ପୋଷ୍ଟ କରିବା ପରେ ଆକ୍ଷେପ କରି ଏକ ପୋଷ୍ଟ କରିଛନ୍ତି ସରସ୍ବତୀ ଚାନ୍ଦ । ସ୍ଥିତି ଏପରି ହୋଇଛି କି ଉଭୟଙ୍କ ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ପଦାରେ ପକାଇଛନ୍ତି ଉଭୟେ ଅଥଲେଟ । ଅଧିକ ପଢନ୍ତୁ..

ପୁଣି ଚର୍ଚ୍ଚାରେ ଦୂତୀ ସରସ୍ବତୀ କଳି
ପୁଣି ଚର୍ଚ୍ଚାରେ ଦୂତୀ ସରସ୍ବତୀ କଳି

ଭୁବନେଶ୍ବର: ପୁଣି ପାରିବାରିକ କଳିକୁ ନେଇ ଚର୍ଚ୍ଚାରେ ଦୁଇ ଆଥଲେଟ ସରସ୍ବତୀ ଚାନ୍ଦ ଏବଂ ଦୂତୀ ଚାନ୍ଦ । ଆର୍ଥିକ ସ୍ଥିତି ଯୋଗୁଁ ପ୍ରଶିକ୍ଷଣ ପାଇଁ ନିଜର ଦାମୀ କାର BMW ବିକିବାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ ଦୂତୀ । ଏହାପରେ ପୁଣି ପଦାକୁ ଆସିଛି ଚାନ୍ଦ ପରିବାରର କଳହ । ଦୂତୀଙ୍କ ଏହି ପୋଷ୍ଟକୁ ଆକ୍ଷେପ କରି ବଡ ଭଉଣୀ ମଧ୍ୟ ଏକ ପୋଷ୍ଟ କରିଥିଲେ । ଯାହା ଫଳରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଆଥଲେଟ ।

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି
ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି

ପରିସ୍ଥିତି ଏପରି ହୋଇଛିକି ସରସ୍ବତୀଙ୍କ ପ୍ରେମ ସମ୍ପର୍କକୁ ମଧ୍ୟ ଗଣମାଧ୍ୟମ ଆଗରେ ଉଲ୍ଲେଖ କରିଛନ୍ତି ଦୂତୀ । ସେ କହିଛନ୍ତି, ଯେଉଁ ଭଉଣୀ ମୋ ସମଲିଙ୍ଗୀ ସମ୍ପର୍କକୁ ନେଇ ନିନ୍ଦା କରୁଥିଲା । ପରିବାର ମଧ୍ୟରେ ବିବାଦ ସୃଷ୍ଟି କରିଥିଲା । ସେ ନିଜେ ଗୋଟିଏ ଝିଅ ସହ ସମ୍ପର୍କରେ ଅଛନ୍ତି । ବାହାର ରାଜ୍ୟର ଝିଅଟିକୁ ଘରେ ରଖିଛି ଏବଂ ମୁଁ ଟଙ୍କା ଦେଉ ନଥିବାରୁ ଏପରି କଥା ଉଠାଉଛି ବୋଲି ଅଭିଯୋଗ ଆଣିଛନ୍ତି ଦୂତୀ ।

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି
ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ, ଦୁଇ ଭଉଣୀଙ୍କ ବଢୁଛି କଳି

ସେପଟେ ଦୂତୀଙ୍କ ଗାଡ଼ି ବିକିବା ଘଟଣାକୁ ନେଇ ସରସ୍ବତୀ ପ୍ରେମ ସମ୍ପର୍କକୁ ମଧ୍ୟ ଆକ୍ଷେପ କରିଛନ୍ତି । ଏହି ସମୟରେ ଗଡଫାଦର କାହିଁକି ସାହାଯ୍ୟ କରୁ ନାହାଁନ୍ତି ବୋଲି ମଧ୍ୟ କହିଛନ୍ତି ସରସ୍ବତୀ । ଫଳରେ ଦୁଇ ଭଉଣୀଙ୍କ ମଧ୍ୟରେ ବିବାଦ ଏବେ ଶୀର୍ଷ ସ୍ତରରେ ପହଁଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.