ଓଡିଶା

odisha

ପରଲୋକରେ ବିଜେପିର ଟାଣୁଆ ନେତା ବିଷ୍ଣୁ ସେଠୀ

By

Published : Sep 19, 2022, 9:10 AM IST

Updated : Sep 19, 2022, 1:41 PM IST

ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ
ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ()

ଆଉ ନାହାନ୍ତି ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର:ପରଲୋକରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଡନୀ ରୋଗରେ ପୀଡ଼ିତ ହୋଇ ମାସେ ହେବ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । 2ଥର ବିଧାୟକ ଥିବା ବିଷ୍ଣୁ ସେଠୀ । ଜଣେ ଲେଖକ ଓ କବି ଭାବେ ବେଶ ଜଣାଶୁଣା ଥିଲେ । ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ନିଆରା ଢଙ୍ଗରେ ଟାର୍ଗେଟ କରୁଥିଲେ ।

2000ରୁ 2004 ଯାଏଁ ଚାନ୍ଦବାଲି ବିଧାୟକ ଥିଲେ । ପରେ 2019ରେ ଧାମନଗରରୁ ନିର୍ବାଚିତ ହୋଇଥିଲେ । 2006ରେ କାଜୁ ଉନ୍ନୟନ ନିଗମ ଅଧକ୍ଷ ଥିଲେ ବିଷ୍ଣୁ ସେଠୀ । କିଛି ଦିନ ତଳେ କିଡନୀ ରୋଗରେ ପୀଡିତ ଥିଲେ । ନିୟମିତ ଡାଏଲିସିସ ଚାଲିଥିଲା । କିଛି ଦିନ ତଳେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଫୁସଫୁସ ସଂକ୍ରମଣ ଓ ବ୍ରେନ ଷ୍ଟ୍ରୋକ ପାଇଁ ଆଜି ତାଙ୍କର ବିୟୋଗ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ରାଜନୀତିରେ ଶାସକ ଦଳର କଡା ସମାଲୋଚକ ଭାବେ ଜଣାଶୁଣା ଥିଲେ । ବିଜେପିର ଜଣେ ଟାଣୁଆ ନେତା ଥିଲେ ବିଷ୍ଣୁ ସେଠୀ।

1961 ମସିହାର ଜୁନ ମାସ 5 ତାରିଖରେ ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁ ସେଠୀ । ବାପାଙ୍କ ନାମ ଗୟାଧର ସେଠୀ । ସେ ଉର୍ମିଳାରାଣୀ ପାଣିଗ୍ରାହୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ଓଡ଼ିଶା ରାଜନୀତିରେ ଜଣେ ବିଧାୟକ ତଥା ଭାରତୀୟ ଜନତା ଦଳର କର୍ମକର୍ତ୍ତା ଭାବରେ ସେ ସକ୍ରିୟ ଥିଲେ ।

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହପରି ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶାର ପ୍ରଗତି ପାଇଁ ବିଷ୍ଣୁଚରଣ ସେଠୀଙ୍କ ଅବଦାନ ଅତୁଳନୀୟ । ଜଣେ କଠିନ ପରିଶ୍ରମୀ ବିଧାୟକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସାମାଜିକ ସଶକ୍ତିକରଣ ପାଇଁ ତାଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ । ତାଙ୍କ ବିୟୋଗରେ ଦୁଃଖିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ଆମ ଦଳର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା । ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ବିଷ୍ଣୁ ସେଠୀଙ୍କ ବିୟୋଗରେ ଶୋକ ପ୍ରକାଶ କିରଛନ୍ତି । ଟ୍ବିଟ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଲେଖିଛନ୍ତି, ''ଧାମନଗର ବିଧାୟକ ତଥା ବିଧାନସଭାର ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଠ ଭୂମିକା ଥିଲା ।''

ଏହା ବି ପଢନ୍ତୁ...ଆଜି ପଦ୍ମ କ୍ୟାମ୍ପରେ ସାମିଲ ହେବେ କ୍ୟାପ୍ଟେନ ଅମରିନ୍ଦର ସିଂ

ବିଧାୟକ ବିଷ୍ଣୁ ସେଠୀଙ୍କ ପାର୍ଥିବ ଶରୀରକୁ ବିଜେପି ପାର୍ଟି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଦଳର ବରିଷ୍ଠ ନେତା ସେମାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 19, 2022, 1:41 PM IST

ABOUT THE AUTHOR

...view details