ଓଡିଶା

odisha

ଆସନ୍ତାକାଲି ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ

By

Published : Sep 26, 2021, 2:59 PM IST

Updated : Sep 26, 2021, 4:34 PM IST

ବାତ୍ୟା 'ଗୁଲାବ'କୁ ନେଇ ସୋମବାର ରାଜ୍ୟର ୧୧ ଜିଲ୍ଲାରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ଅଧିକ ପଢନ୍ତୁ...

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ, ଶିକ୍ଷାନୁଷ୍ଠାନ ବନ୍ଦ : SRC
ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ, ଶିକ୍ଷାନୁଷ୍ଠାନ ବନ୍ଦ : SRC

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଗୁଲାବ' । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି(ସୋମବାର) ରାଜ୍ୟର ୧୧ ଜିଲ୍ଲାରେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ, ଶିକ୍ଷାନୁଷ୍ଠାନ ବନ୍ଦ : SRC

ସନ୍ଧ୍ୟାରୁ ମଧ୍ୟରାତ୍ର ମଧ୍ୟରେ ଶ୍ରୀକାକୁଲମ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୭୫-୮୫ କିଲୋମିଟର ବେଗରେ ପବନ ରହିବ। ସର୍ବାଧିକ ପବନର ବେଗ ୯୫ କିଲୋମିଟର ରହିବ । ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡା, ମାଲକାନଗିରିରେ ପ୍ରଭାବ ଅଧିକ ରହିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ପବନ ଯୋଗୁଁ ପୁରୁଣା ଗଛ ଉପୁଡିପାରେ, ବିଦ୍ୟୁତ ଏଲଟି ଲାଇନ କ୍ଷତି ହୋଇପାରେ। ଭୂସ୍ଖଳନ ମଧ୍ୟ ହୋଇପାରେ । ଫ୍ଲାସ ଫ୍ଲଡ଼ ସହ ବନ୍ୟା ସମ୍ଭାବନା ରହିଛି। ଋଷିକୂଲ୍ୟା, ବଂଶଧାରା ଓ ନାଗବଳୀ ବେସିନରେ ବନ୍ୟା ପାଣି ଆସିପାରେ।

ଭୁସ୍ଖଳନ ପାଇଁ ଗଜପତି, କନ୍ଧମାଳ, ରାୟଗଡାରେ ସତର୍କ କରାଯାଇଛି । ଆନ୍ଧ୍ରର ଗୋଟା ବ୍ୟାରେଜ ଲେବୁଲ ତଳକୁ ପାଣି ରଖାଯାଇଛି। ବନ୍ଧବାଡ଼ ଉପରେ ନଜର ରଖାଯାଇଛି । ODRAF ଓ NDRF ସେମାନଙ୍କ ସ୍ଥାନରେ ପହଞ୍ଚି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ସବୁ ବୋଟ ଫେରି ଆସିଛି । ଆଜି ମୁଖ୍ୟମନ୍ତ୍ରୀ ୧୧ ଜିଲ୍ଲାର ଜିଲ୍ଲାପାଳପାଳଙ୍କ ସହ ସମୀକ୍ଷା କରିଛନ୍ତି। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ୧୧ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ସକାଳ ୮ ଟା ସୁଦ୍ଧା ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪ଟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ କୁହାଯାଇଛି। ତଳିଆ ଅଞ୍ଚଳ, ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳ ଉପରେ ଗୁରୁତ୍ବ ଦିଆଯାଇଛି । କୋଭିଡ ସ୍ଥିତି ଥିବାରୁ ସ୍ଥାନାନ୍ତର କରି ଅଧିକ ଲୋକଙ୍କୁ ନ ରଖିବାକୁ କୁହାଯାଇଛି । ସମସ୍ତଙ୍କୁ ମାସ୍କ ଦିଆଯିବା ସହ ବାତ୍ୟା ଆଶ୍ରୟ ସ୍ଥଳରୁ ଫେରିବା ପରେ ତାଙ୍କ ଉପରେ ନଜର ରଖାଯିବ । ମଙ୍ଗଳବାର ସ୍ଥିତି ଦେଖି ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଆଜି ସନ୍ଧ୍ୟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ରହିଥିବାବେଳେ ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated :Sep 26, 2021, 4:34 PM IST

ABOUT THE AUTHOR

...view details