ଭୁବନେଶ୍ବର: ଡାକ୍ତରଙ୍କ ଅବହେଳା ନେଲା ରୋଗୀର ଜୀବନ । ଭୁବନେଶ୍ବର ସ୍ଥିତ ବିବେକାନନ୍ଦ ହସ୍ପିଟାଲ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର । ଯାହାକୁ ନେଇ ମେଡିକାଲ ପରିସରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା ।
ସୂଚନାମୁତାକ, ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପିଠିରେ ଯନ୍ତ୍ରଣା ହେବାରୁ ମେଣ୍ଢାଶାଳ ଗାଁର ଜଣେ ନବବଧୂଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ । ଏପଟେ ବିଳମ୍ବରେ ଡାକ୍ତର ଆସି ଇଞ୍ଜେକ୍ସନ ଦେବାର ମାତ୍ର 5 ମିନିଟ ପରେ ହଠାତ୍ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁର କାରଣ ବିଷୟରେ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲ ସିକ୍ୟୁରିଟି, ଅଫିସରେ ମାରପିଟ୍ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।