ଓଡିଶା

odisha

ଚଳିତ ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ୟୁନିକ: ପୋଲିସ ଡିଜି

By

Published : Jan 15, 2022, 5:58 PM IST

ଚଳିତ ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ୟୁନିକ: ପୋଲିସ ଡିଜି

ଚଳିତଥର ପଞ୍ଚାୟତ ନିର୍ବାଚନ କୋଭିଡ଼ ଗାଇଡଲାଇନ ମଧ୍ୟରେ ହେବ (Odisha Panchayat election) । ଏହା ପୋଲିସ ଲାଗି ଏକ ଚ୍ୟାଲେଞ୍ଜିଂ ଟାସ୍କ ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ (Police DG Sunil kumar Bansal )। ଅଧିକ ପଢନ୍ତୁ

ଭୁବନେଶ୍ବର: କୋଭିଡ଼ ଗାଇଡଲାଇନ ଭିତରେ ହେବ ଚଳିତଥର ପଞ୍ଚାୟତ ନିର୍ବାଚନ (Odisha Panchayat election) । କୋଭିଡ଼ ଗାଇଡ଼ଲାଇନ କାର୍ଯ୍ୟକାରୀ ସହ ଶୃଙ୍ଖଳିତ ନିର୍ବାଚନ ଲକ୍ଷ୍ୟ । ତେଣୁ ଏହା ପୋଲିସ ଲାଗି ଏକ ଚ୍ୟାଲେଞ୍ଜିଂ ଟାସ୍କ । ଏହା କହିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ (Police DG Sunil kumar Bansal )। ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମୁଖ୍ୟ ।

ଚଳିତ ପଞ୍ଚାୟତ ନିର୍ବାଚନ ସମ୍ପୂର୍ଣ୍ଣ ୟୁନିକ: ପୋଲିସ ଡିଜି

ଏହା ମଧ୍ୟ ପଢନ୍ତୁ : OMICRON FEAR: ରାଜ୍ୟରୁ 32 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନେଇ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି ଯେ, କୋଭିଡ କଟକଣା ପାଳନ ସହ ନିର୍ବାଚନ ଆଚରଣ ବିଧି ଅନୁପାଳନ ଉପରେ ଗୁରୁତ୍ବ ଦିଆଯିବ। ଶାନ୍ତିଶୃଙ୍ଖଳା ସହ ନିର୍ବାଚନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ ହେବେ । ଯେଉଁମାନେ କୋଭିଡ ଗାଇଡ଼ଲାଇନର ତଦାରଖ କରିବେ । ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁନିଶ୍ଚିତ କରୁଛୁ ବୋଲି ଡିଜିପି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହା ଏକ ସ୍ବତନ୍ତ୍ର ନିର୍ବାଚନ । କୋଭିଡ କଟକଣା ଭିତରେ ନିର୍ବାଚନ କରିବା ବଡ଼ ଆହ୍ଵାନ ।

ଏହା ମଧ୍ୟ ପଢନ୍ତୁ : କୋଭିଡ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗର ପ୍ରେସମିଟ: ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ଡାକ୍ତର

ସେହିପରି ଦେଶର 5 ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଓଡିଶା ପୋଲିସର ଯୋଗଦାନ ରହିବ । ସେତିକି ବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ରହୁଛି । କିନ୍ତୁ କେତେ ଫୋର୍ସ ନିୟୋଜିତ ହେବେ ତାହା କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସହ ଆଲୋଚନା କରି ନିୟୋଜିତ କରାଯିବ ବୋଲି ଡିଜିପି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details