OMICRON FEAR: ରାଜ୍ୟରୁ 32 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

author img

By

Published : Jan 15, 2022, 4:19 PM IST

OMICRON FEAR : ରାଜ୍ୟରେ 32 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଜି(ଶନିବାର) 32 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନାର ନୂଆ ଭାଇରସ ଓମିକ୍ରନ ଦ୍ବାରା ଲୋକେ ସଂକ୍ରମିତ ହେଉଛନ୍ତି । ରାଜ୍ୟରେ ଆଜି(ଶନିବାର) 32 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଲା Institute of Life Sciences (ILS) । ତେବେ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଡିସେମ୍ବର 21 ତାରିଖରେ 2 ଜଣ, 23ରେ 2 , 26ରେ 4 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ରେ ଜଣେ ଓ ୩୦ ରେ ୫ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ଜାନୁଆରି 2ରେ 23ଜଣ , ଜାନୁଆରୀ 5ରେ 24 ଜଣ , ଜାନୁଆରୀ 8ରେ 14 ଜଣ ଓ 10 ତାରିଖରେ 28 ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜାନୁଆରୀ 12ରେ ରାଜ୍ୟର ସର୍ବାଧିକ 67 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଏହି କ୍ରମରେ ଆଜି(ଶନିବାର) ୩୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ କୁହାଯାଉଛି ।

ଭୁବନେଶ୍ବରରେ ବିକାଶ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.