ଓଡିଶା

odisha

ପୁଣି ଏକ ଲଘୁଚାପ, ୪୮ ଘଣ୍ଟା ବର୍ଷିବ

By

Published : Oct 18, 2021, 8:55 PM IST

ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡିଶା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ପୁଣି ଏକ ଲଘୁଚାପ ଜନିତ ବର୍ଷା ହେବ। ଅଧିକ ପଢନ୍ତୁ...

one more low pressure next 48 hour to be rain in state
ପୁଣି ଏକ ଲଘୁଚାପ, ୪୮ ଘଣ୍ଟା ବର୍ଷିବ

ଭୁବନେଶ୍ବର: ପୁଣି ଏକ ଲଘୁଚାପ, ୪୮ ଘଣ୍ଟା ବର୍ଷିବ। ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପତ୍ୟକାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡିଶା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଓ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପୁଣି ଏକ ଲଘୁଚାପ, ୪୮ ଘଣ୍ଟା ବର୍ଷିବ

ଆସନ୍ତାକାଲି ସକାଳ ୮ ଟା ୩୦ ମଧ୍ୟରେ ଦୁଇ ଜିଲ୍ଲା ବାଲେଶ୍ବର ଓ ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ରାଜ୍ୟର ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଏବଂ ତଳିଆ ଅଞ୍ଚଳରେ ପାଣି ଜମିବା, ଟ୍ରାଫିକ ସମସ୍ୟା, ଡ୍ରେନେଜ ସମସ୍ୟା ଆଦି ଦେଖାଦୋର ସମ୍ଭାବନା ରହିଛି । ଏହାସହ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ ଓ ଯାଜପୁରରେ ପ୍ରବଳ ବର୍ଷା ହେବ । ସେପଟେ ବାଲେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ଏହାପରେ ୨୦ ତାରିଖରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ସର୍ବାଧିକ ୬୦ କିଲୋମିଟର ବେଗରେ ଝଟକା ପବନ ବହିବା ହେତୁ ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗର୍ଭକୁ ପ୍ରବେଶ କରିବା ନେଇ ଧୀବର ମାନଙ୍କୁ ବାରଣ କରାଯାଇଛି । ଅପରପକ୍ଷ ପୂର୍ବରୁ ବଙ୍ଗୋପସାଗରରେ ଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେଉଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details