ଓଡିଶା

odisha

କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ଗିରଫ

By

Published : Apr 9, 2022, 3:42 PM IST

କୋଟିପତି ଯନ୍ତ୍ରୀଙ୍କ କୋଟି କୋଟି ସମ୍ପତ୍ତି । ଅସତ ଉପାୟରେ ବିପୁଳ ଟଙ୍କା କମାଇଥିଲେ ଜଳସେଚନ ସହକାରୀ ଯନ୍ତ୍ରୀ । କାଲି ଗିରଫ ହୋଇଥିଲେ ଯନ୍ତ୍ରୀ ମହାଶୟ । ଆଜି ଦ୍ବିତୀୟ ପତ୍ନୀ ଗିରଫ । ଅଧିକ ପଢ଼ନ୍ତୁ

କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ଗିରଫ
କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ଗିରଫ

ଭୁବନେଶ୍ବର: ଗତ ଦୁଇଦିନ ତଳେ ଭଞ୍ଜନଗର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କା ଘଟଣାରେ ଭିଜିଲାନ୍ସ ବିଭାଗ ଆଜି ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଗିରଫ କରିଛି । କାର୍ତ୍ତିକେଶ୍ବରଙ୍କ କଳା ଟଙ୍କା ଲୁଚାଇ ରଖିବା ସହଯୋଗ ଅଭିଯୋଗରେ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ତେବେ କଳ୍ପନାଙ୍କ ଘରୁ ୨ କୋଟି ୫୦ ଲକ୍ଷ ନଗଦ କ୍ୟାସ ସହ ସୁନା ବିସ୍କୁଟ, ପ୍ଲଟ ଓ ଫ୍ଲାଟ୍ ଡକ୍ୟୁମେଣ୍ଟ ଠାବ କରିଥିଲା ଭିଜିଲାନ୍ସ ।

ସୂଚନାନୁସାରେ କ୍ଷୁଦ୍ର ଜଳସେଚନ ବିଭାଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଭୁବନେଶ୍ବରରେ ରହିଥିବା ବିଭିନ୍ନ ଘରକୁ ମିଶାଇ ମୋଟ ଛଅ ଗୋଟି ସ୍ଥାନରେ ଗୁରୁବାର ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ପ୍ରାୟ ଦୁଇ କୋଟି ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା ପୋଲିସ । ଯେଉଁଥିରେ ତାଙ୍କ ସରକାରୀ ବାସଭବନ ସମେତ ରାଜଧାନୀ ଘରୁ ଦୁଇ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ କରାଯାଇଥିଲା ।

ପରେ କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନ ଟାଟା ଆରିୟାନା ଫ୍ଲାର୍ଟ-୫୦୫ ଉପରେ ଚଢ଼ଉ କରି ଏହି ବିଡାବିଡା ଟଙ୍କାକୁ ପାଇଛି ଭିଜିଲାନ୍ସ ବିଭାଗ । ଏତେ ପରିମାଣର ଅର୍ଥ ମିଳିବା ପରେ ଏହାକୁ ଗଣତି କରିବା ପାଇଁ ଭିଜିଲାନ୍ସ ବିଭାଗ ଟଙ୍କା ଗଣତି ମେସିନ ବ୍ୟବହାର କରିଥିଲା । ତେବେ ଆଉ କାହା ପାଖରେ କେତେ ଅର୍ଥ ରହିଛି ତାହାକୁ ନେଇ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details