ଓଡିଶା

odisha

Odisha Corona Report: ଦିନକରେ ୧୦୮୫୬ ପଜିଟିଭ ଚିହ୍ନଟ, ୨ ମୃତ

By

Published : Jan 15, 2022, 9:30 AM IST

Odisha Corona Report: ଦିନକରେ ୧୦୮୫୬ ପଜିଟିଭ ଚିହ୍ନଟ, ୨ମୃତ
Odisha Corona Report: ଦିନକରେ ୧୦୮୫୬ ପଜିଟିଭ ଚିହ୍ନଟ, ୨ମୃତ ()

ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୮୫୬ କୋରୋନା ପଜିଟିଭ ଚିହ୍ନଟ । ୨ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି । ପୁଣି ୧୦ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୧୦ ହଜାର ୮୫୬ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୨୧ କିଶୋର କିଶୋରୀ ରହିଛନ୍ତି । ସେହିପରି ଆଜି ରାଜ୍ୟରେ ୨ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୪, ବାଲେଶ୍ବରରୁ ୩୨୬, ବରଗଡରୁ ୧୪୫, ଭଦ୍ରକରୁ ୧୦୧, ବଲାଙ୍ଗୀରରୁ ୨୫୯, ବୌଦ୍ଧରୁ ୩୮, କଟକରୁ ୯୦୯, ଦେବଗଡରୁ ୨୪, ଢେଙ୍କାନାଳରୁ ୬୯, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯, ଜଗତସିଂହପୁରରୁ ୨୨୨, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୨୧୧, କଳାହାଣ୍ଡିରୁ ୧୪୪, କନ୍ଧମାଳରୁ ୪୨, କେନ୍ଦ୍ରାପଡାରୁ ୭୫, କେନ୍ଦୁଝରରୁ ୮୪, କୋରାପୁଟରୁ ୧୬୫, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୩୭୬, ନବରଙ୍ଗପୁରରୁ ୧୦୬, ନୟାଗଡରୁ ୧୪୫, ନୂଆପଡାରୁ୭୫, ପୁରୀରୁ ୧୯୮, ରାୟଗଡାରୁ ୧୫୬, ସମ୍ବଲପୁରରୁ ୫୦୦, ସୋନପୁରରୁ ୧୦୨, ସୁନ୍ଦରଗଡରୁ ୧୯୪୩ ଓ ଷ୍ଟେଟପୁଲରୁ ୭୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୨୨,୭୩୫ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details