ଓଡିଶା

odisha

Odisha Corona Report: ଦିନକରେ ୩୩୯ ସଂକ୍ରମିତ ଚିହ୍ନଟ

By

Published : Feb 24, 2022, 9:46 AM IST

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩,୯୭୮ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୩୩୯ ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ ୩୩୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୯ କିଶୋର କିଶୋରୀ ରହିଥିବା ବେଳେ ୧୯୯ କ୍ବାରେଣ୍ଟାଇନ ସେଣ୍ଟର ଓ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୪, ବାଲେଶ୍ବରରୁ ୧୪, ବରଗଡରୁ ୫, ଭଦ୍ରକରୁ ୪, ବଲାଙ୍ଗୀରରୁ ୩, ବୌଦ୍ଧରୁ ୨୦, କଟକରୁ ୧୭, ଦେବଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୨୫, ଗଞ୍ଜାମରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨, କୋରାପୁଟରୁ ୧୬, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୩, ନୟାଗଡରୁ ୪, ନୂଆପଡାରୁ ୧, ପୁରୀରୁ ୧, ରାୟଗଡାରୁ ୬, ସମ୍ବଲପୁରରୁ ୧୪, ସୋନପୁରରୁ ୮, ସୁନ୍ଦରଗଡରୁ ୮୦ ଓ ଷ୍ଟେଟପୁଲରୁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୩,୯୭୮ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details