ଓଡିଶା

odisha

Odisha Covid Cases: ରାଜ୍ୟରେ ପୁଣି ସଂକ୍ରମଣ ୨୦୦ ପାର

By

Published : Sep 22, 2022, 10:37 AM IST

Odisha Covid Case

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 252 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି 2ଶହ ପାର କାଲ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 252 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 252 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 148 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 104 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 43 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 6, ବରଗଡରୁ 4, ଭଦ୍ରକରୁ 1, ବଲାଙ୍ଗୀରରୁ 5, କଟକରୁ 16, ଦେବଗଡରୁ 2, ଢେଙ୍କାନଳରୁ 1, ଗଜପତିରୁ 2, ଗଞ୍ଜାମରୁ 6, ଜଗତସିଂହପୁରରୁ 1, ଯାଜପୁରରୁ 5, ଝାରସୁଗୁଡାରୁ 1, କଳାହାଣ୍ଡିରୁ 8, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 1, ଖୋର୍ଦ୍ଧାରୁ 55 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 2, ମାଲକାନଗିରିରୁ 1, ମୟୂରଭଞ୍ଜରୁ 11, ନବରଙ୍ଗପୁରରୁ 8, ନୟାଗଡରୁ 13, ନୂଆପଡାରୁ 4, ପୁରୀରୁ 13, ରାୟଗଡାରୁ 5, ସମ୍ବଲପୁରରୁ 10, ସୋନପୁରରୁ 8, ସୁନ୍ଦରଗଡରୁ 40 ଓ ଷ୍ଟେଟପୋଲରୁ 13 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ-Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 32 ହଜାର 82ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1437 ସକ୍ରିୟ ମାମଲା ରହିଛି । ନୂଆ 533 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 21 ହଜାର 857 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,34,73, 942 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ABOUT THE AUTHOR

...view details