Vegetable Price, ନଜର ପକାନ୍ତୁ ଆଜିର ପରିବା ଦର ଉପରେ

author img

By

Published : Sep 22, 2022, 8:30 AM IST

Vegetable Price

ରାଜ୍ୟର ପ୍ରମୁଖ ସହରରେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ।

ଭୁବନେଶ୍ବର: ବନ୍ୟା ସ୍ଥିତି ପରେ ପରିବା ଦର ଉଚ୍ଚା ହୋଇଛି । ଜମି ଜଳମଗ୍ନ ହୋଇ ଫସଲ ନଷ୍ଟ ହେବା ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଉଚ୍ଚା ପରିବା ଦରକୁ ନେଇ ପେସି ହେଉଛନ୍ତି ଗ୍ରାହକ । ସବୁ ପରିବା କିଲୋପ୍ରତି 50 ପାର ହୋଇଛି । ଏମିତିରେ ପରିବା ଦର ଉଚ୍ଚା ରହିଥିବାବେଳେ ଦାଉ ସାଧିଛି ବନ୍ୟା ସ୍ଥିତି । ଆଳୁ ପିଆଜ ଦାମ ଛଡା ଆଉ କୌଣସି ପରିବା ଦର 50 ତଳକୁ ନାହିଁ । ଯେଉଁ ପରିବାରେ ହାତ ବୁଲାଇଲେ ସବୁ 50 ପାର । ବନ୍ୟା ସ୍ଥିତି ପାଇଁ ଆଗକୁ ଦର ବଢିବା ଆଶଙ୍କା କରାଯାଉଛି । ଲୋକ ବାଧ୍ୟ ହୋଇ ଉଚ୍ଚାଦରରେ ପରିବା କିଣୁଛନ୍ତି । ସଜନା ଛୁଇଁ ଏବଂ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ଦୁଇ ଦିନ ହେବ କଟକବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସହରରେ ପରିବା ଦର ଟିକେ ହ୍ରାସ ହୋଇଛି । ତେବେ ନଜର ପକାନ୍ତୁ ରାଜ୍ୟର ପ୍ରମୁଖ ସହରରେ କଣ ରହିଛି ଆଜିର ପରିବା ଦର ।

Vegetable Price
କଟକରେ ଆଜିର ପରିବା ଦର ଉପରେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.