ଓଡିଶା

odisha

February Guidelines: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି

By

Published : Jan 31, 2022, 5:17 PM IST

Updated : Jan 31, 2022, 6:52 PM IST

ଆସିଲା ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ । ସରକାର ସହରାଞ୍ଚଳରେ ନାଇଟ କର୍ଫ୍ୟୁକୁ କୋହଳ କରିଛନ୍ତି । ଅଧିକ ପଢନ୍ତୁ

February Guideline: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ରାତି ୧୦ ଯାଏଁ ଖୋଲିବ ଦୋକାନ
February Guideline: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ରାତି ୧୦ ଯାଏଁ ଖୋଲିବ ଦୋକାନ

ଭୁବନେଶ୍ବର: ଆସିଲା ଫେବୃଆରୀ ମାସର ଗାଇଡ଼ଲାଇନ । କୋହଳ ହେଲା ନାଇଟ କର୍ଫ୍ୟୁ । ସହରାଞ୍ଚଳରେ ରାତି 10ରୁ ସକାଳ 5ଟା ଯାଏଁ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ଫିଲ୍ମ ହଲ୍, ସୁଇମିଂ ପୁଲ୍, ସପିଂ ମଲରେ ଥିବା କଟକଣା ହଟିଥିବା ବେଳେ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ ସ୍ବତନ୍ତ୍ର ରିଲିଫ କମିଶନର ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି ।

February Guidelines: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି

ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । ନାଇଟ କର୍ଫ୍ୟୁ ଅବଧି ପୂର୍ବପରି ରାତି 10 ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଜାରି ରହିବ। ସମଗ୍ର ରାଜ୍ୟରେ ସକାଳ 5ଟାରୁ 10ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର। ଏହାସହିତ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇପାରିବ ସରସ୍ବତୀ ପୂଜା । ସ୍କୁଲ, ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କେଉଁଠି ସରସ୍ବତୀ ପୂଜାକୁ ବାରଣ କରାଯାଇଛି । ଘରେ ରହି ପରିବାର ସହ ସରସ୍ବତୀ ପୂଜା ପାଳନ ପାଇଁ ପରାମର୍ଶ ଦିଆଯାଇଛି ।

February Guidelines: ସହରାଞ୍ଚଳରେ ନାଇଟ କର୍ଫ୍ୟୁ କୋହଳ, ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି

ଏହା ବି ପଢନ୍ତୁ: କେତେବେଳେ ବି ବାଉନ୍ସ ହୋଇ ଫେରିପାରେ ଓମିକ୍ରନ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଅନେକ ଧାର୍ମିକ କାର୍ଯ୍ୟ, ପୂଜା ଏବଂ ସରସ୍ବତୀ ପୂଜା ପରି ପର୍ବ, ମାଘ ସପ୍ତମୀ, ମାଘ ପୂର୍ଣ୍ଣିମା ଫେବୃଆରୀ ମାସରେ ପାଳନ କରାଯିବ। ଭକ୍ତଙ୍କ ଅଂଶଗ୍ରହଣ ବିନା ମନ୍ଦିର ଏବଂ ଧାର୍ମିକ ସ୍ଥାନଗୁଡିକରେ ସମସ୍ତ ରୀତିନୀତି ସହିତ ସରସ୍ବତୀ ପୂଜା ପାଳନ କରାଯିବ । କୋଭିଡ଼-19 ସୁରକ୍ଷା ପ୍ରୋଟୋକଲଗୁଡିକ ଯେପରି ଶାରୀରିକ ଦୂରତା, ମାସ୍କ ବ୍ୟବହାର, ହାତ ସାନିଟାଇଜ କରିବା ଭଳି ନିୟମ ପାଳନ କରାଯିବ । ପର୍ବ ସହିତ ଜଡିତ କୌଣସି ସମ୍ପ୍ରଦାୟର ଭୋଜିକୁ ଅନୁମତି ଦିଆଯିବ ନାହିଁ। ସରସ୍ବତୀ ପୂଜା ଅବସରରେ କୌଣସି ସଂଗୀତ କିମ୍ବା ଅନ୍ୟ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ।

ସମସ୍ତ କାର୍ଯ୍ୟାଳୟ ସାର୍ବଜନୀନ ସଂସ୍ଥା କୋଭିଡ଼ ପ୍ରୋଟୋକଲଗୁଡିକର କଡ଼ା ଅନୁକରଣ ସହିତ 100% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବେ । GA, PG ବିଭାଗ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବିଷୟରେ ବିସ୍ତୃତ ନିର୍ଦ୍ଦେଶାବଳୀ ଓ SOP ପ୍ରଦାନ କରାଯିବ । ଅନ୍ୟପଟେ ଦେଶରେ କୋଭିଡ଼ ମାମଲା ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି ଏବଂ ସକ୍ରିୟ ମାମଲା 22 ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ସକ୍ରିୟ ମାମଲା ଶୀଘ୍ର ସୁସ୍ଥ ହେଉଥିବା ବେଳେ କମ୍ ପ୍ରତିଶତ ଡାକ୍ତରଖାନାରେ ରୋଗୀ ରହିଛନ୍ତି । କୋଭିଡ଼ ମହାମାରୀର ସାମ୍ପ୍ରତିକ ଧାରାକୁ ଦେଖିଲେ ସତର୍କ ରହିବା ଆବଶ୍ୟକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 31, 2022, 6:52 PM IST

ABOUT THE AUTHOR

...view details