ETV Bharat / city

କେତେବେଳେ ବି ବାଉନ୍ସ ହୋଇ ଫେରିପାରେ ଓମିକ୍ରନ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jan 31, 2022, 12:58 PM IST

ଓମିକ୍ରନ କେତେବେଳେ ବି ବାଉନ୍ସ ହୋଇ ବ୍ୟାକ କରିପାରେ। ତେଣୁ ସତର୍କ ରହିବା ଆବଶ୍ୟକ। ଅଧିକ ପଢ଼ନ୍ତୁ

public health director niranjan mishra on omicron variant
ଓମିକ୍ରନ କେତେବେଳେ ବି ବାଉନ୍ସ ହୋଇ ବ୍ୟାକ କରିପାରେ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଓମିକ୍ରନ ସଂକ୍ରମଣ ନେଇ ସତର୍କ ରହିବା ଆବଶ୍ୟକ। କେତେବେଳେ ମଧ୍ୟ ଏହା ବାଉନ୍ସ ହୋଇ ବ୍ୟାକ କରିପାରେ। ରାଜ୍ୟରେ ଓମିକ୍ରନ ଓ କୋରୋନା ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ରାଜ୍ୟରେ ସଂକ୍ରମଣରେ ଏବେ ସାମାନ୍ୟ ହ୍ରାସ ଦେଖିବାକୁ ମିଳୁଛି। ସେନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ସଂକ୍ରମଣରେ ସୁଧାର ପରିଲକ୍ଷିତ ହେଉଛି। ଆକ୍ଟିଭ ସଂଖ୍ୟା ମଧ୍ୟ କମୁଛି। ମାତ୍ର ଏବେବି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠୁ ଅଧିକ। ତେଣୁ କେତେବେଳେ ମଧ୍ୟ ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ବର୍ତ୍ତମାନ ଯାହା କଟକଣା ରହିଛି ତାହା ଲୋକଙ୍କ ଜୀବନ ଜୀବିକା ଉପରେ କୌଣସି ପ୍ରଭାବ ପକାଉନାହିଁ। କିନ୍ତୁ ଗ୍ରାଫର ସମ୍ପୂର୍ଣ୍ଣ ତଳେ ନ ପହଞ୍ଚିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ ।

ତେବେ ରାଜ୍ୟ କୋରୋନା ଜନିତ ମୃତ୍ୟୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ ସଂକ୍ରମଣର ପିକ ବଢ଼ିବାର ମାସେ ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଏ। ଜାନୁଆରୀ ମାସରେ 2 ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହା ତୁଳନାରେ ମୃତ୍ୟୁ ସଂଖ୍ୟା ବହୁତ କମ ରହିଛି । ଡେଲଟା ଭ୍ୟାରିଏଣ୍ଟ ଏବେ ବି ରହିଛି । ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.