ଓଡିଶା

odisha

ନବୀନ ନିବାସ ଜମି ବିବାଦ; ଭାରତୀୟ ବିକାଶ ପରିଷଦର କାର୍ଯ୍ୟାନୁଷ୍ଠାନ ଦାବି

By

Published : Oct 30, 2019, 9:47 PM IST

ନବୀନ ନିବାସ ଜମିକୁ ନେଇ ମୁଣ୍ଡ ଟେକୁଛି ବିବାଦ। ପୂର୍ବରୁ ହାଇକୋର୍ଟରେ ଏନେଇ ଜନସ୍ବାର୍ଥ ମାମଲା ହୋଇଥିବାବେଳେ ଏନେଇ ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ ଏବେ ସୁଦ୍ଧା ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବାରୁ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିବାକୁ ଚେତାବନୀ ଦେଇଛି ଭାରତୀୟ ବିକାଶ ପରିଷଦ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ବାସଭବନ ନବୀନ ନିବାସ ଜମିକୁ ନେଇ ମୁଣ୍ଡ ଟେକୁଛି ବିବାଦ । ଏହାକୁ ନବୀନ ପଟ୍ଟନାୟକଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ 1992 ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜିଏ ଡିପାର୍ଟମେଣ୍ଟ ମାଧ୍ୟମରେ ତାଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ ଲିଜ୍‌ ପ୍ରଦାନ କରାଯାଇଥିବା କହିଛି ଭାରତୀୟ ବିକାଶ ପରିଷଦ।

ଏପରିକି ସେହି ଜମିରେ ସେତେବେଳେ ଜବରଦଖଲ କରି ରହୁଥିବା ଶ୍ରୀମତୀ ଉଷାପ୍ରିୟା ଦାସ,ସ୍ବା-ଗୋବିନ୍ଦ ଚନ୍ଦ୍ର ଦାସ, ଯାହାନପୁର, ଜଗତସିଂହପୁର ଜିଲ୍ଲା କଟକଙ୍କୁ ଜବରଦଖଲରୁ ଅନ୍ତର କରି ଜ୍ଞାନ ପଟ୍ଟନାୟକଙ୍କ ନାମରେ ରେକର୍ଡ କରାଯାଇଛି। ଯାହା ମ୍ୟୁଟେସନ କେଶ ନଂ 11951/09 ପୃଷ୍ଠା 3ରେ ଦର୍ଶାଯାଇଥିବା କହିଛନ୍ତି ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ।

ନବୀନ ନିବାସ ଜମି ବିବାଦ; କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତୀୟ ବିକାଶ ପରିଷଦ

ଏହାସହ ପରିଷଦ ପକ୍ଷରୁ ନବୀନ ନିବାସ ଜମି ହେରଫେର ବିରୋଧରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ଯାହାକୁ ତଦନ୍ତ କରି 4 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ହାଇକୋର୍ଟ, ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଭାରତୀୟ ବିକାଶ ପରିଷଦ କ୍ଷୋଭ ପ୍ରକାଶ କରିଛି । ତେବେ ଆସନ୍ତା 15 ଦିନ ମଧ୍ୟରେ ଏଥିଲାଗି ପଦକ୍ଷେପ ନ ଗ୍ରହଣ କଲେ ପରିଷଦ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବାକୁ ଚେତାବନୀ ଦେଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ବାସଭବନ ନବୀନ ନିବାସ ଜମି କୁ ନେଇ ମୁଣ୍ଡ ଟେକୁଛି ବିବାଦ।ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକଙ୍କ ପିତା ସ୍ବର୍ଗତ ବିଜୁ ପଟ୍ଟନାୟକ 1992 ମସିହାରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜି ଏ ଡିପାର୍ଟମେଣ୍ଟ ମାଧ୍ୟମରେ ତାଙ୍କ ସ୍ତ୍ରୀ ଜ୍ଞାନ ପଟ୍ଟନାୟକଙ୍କ ନାମରେ ଲିଜ ପ୍ରଦାନ କରାଯାଇଥିବା କହିଛି ଭାରତୀୟ ବିକାଶ ପରିଷଦ।ଏପରିକି ସେହି ଜମି ରେ ସେତେବେଳେ ଜବରଦଖଲ କରି ରହୁଥିବା ଶ୍ରୀମତୀ ଉଷାପ୍ରିୟା ଦାସ,ସ୍ୱା-ଗୋବିନ୍ଦ ଚନ୍ଦ୍ର ଦାସ,ଯାହାନପୁର,ଜଗତସିଂହପୁର ଜିଲ୍ଲା କଟକଙ୍କୁ ଜବରଦଖଲରୁ ଅନ୍ତର କରି ଜ୍ଞାନ ପଟ୍ଟନାୟକଙ୍କନାମରେ ରେକର୍ଡ କରାଯାଇଥିବା ମ୍ୟୁଟେସନ କେଶ ନଂ 11951/09 ପୃଷ୍ଠା 3ରେ ଦର୍ଶାଯାଇଥିବା କହିଛନ୍ତି ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ।


Body:ତେଣୁ ପରିଷଦ ପକ୍ଷରୁ ନବୀନ ନିବାସ ଜମି ହେରଫେର ବିରୁଦ୍ଧରେ ଏକ ଜନସ୍ୱାର୍ଥ ମାମଲା wpc no-8005 dt-16-04-2019 ରେ ରୁଜୁ କରାଯାଇଥିଲା।ଯାହାକୁ ତଦନ୍ତ କରି 4 ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମାନ୍ୟବର ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଦେଇଥିଲେ।ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଭାରତୀୟ ବିକାଶ ପରିଷଦ କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା 15 ଦିନ ମଧ୍ୟରେ ଏଥିଲାଗି ପଦକ୍ଷେପ ନ ଗ୍ରହଣ କଲେ ପରିଷଦ ମୁଖ୍ୟ ଶାସନ ସଚିବଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ କେଶ ରୁଜୁ କରିବା ସହିତ ସର୍ବୋଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି।ତେଣୁ ଏହା ପୂର୍ବରୁ ଏହି ଜମି ଦୁର୍ନୀତିରେ ସଂପୃକ୍ତତତ୍କାଳୀନ ରାଜସ୍ୱ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ପରିଷଦ।ଆଜି ଆୟୋଜିତ ପରିଷଦ ର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ କିଶୋର ଚନ୍ଦ୍ର ପାତ୍ର,ବିଶ୍ୱ ବିଜୟ ବକ୍ସି ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ ବାଇଟ-ସୁରେନ୍ଦ୍ର ପାଣିଗ୍ରାହୀ-ଭାରତୀୟ ବିକାଶ ପରିଷଦ


Conclusion:

ABOUT THE AUTHOR

...view details