ଓଡିଶା

odisha

ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ଅନୁଷ୍ଠିତ

By

Published : Jan 25, 2022, 10:06 PM IST

ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଜାତୀୟ ମତଦାତା ଦିବସ ପାଳିତ । ଅଧିକ ପଢନ୍ତୁ

national voters day observed in bbsr
ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ଅନୁଷ୍ଠିତ

ଭୁବନେଶ୍ବର: ଲୋକ ସେବା ଭବନରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଓ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଇ ଜାତୀୟ ମତଦାତା ଦିବସ ପାଳିତ । ତେବେ ଏଥିରେ ଉପସ୍ଥିତ ସମସ୍ତ ସଚିବ ଓ ଅଧିକାରୀ ଶପଥ ପାଠ କରିଥିଲେ ।

ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ଅନୁଷ୍ଠିତ

ସେହିପରି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପରିସରରେ ଜାତୀୟ ମତଦାତା ଦିବସ ପାଳିତ । ବିଭାଗୀୟ ନିର୍ଦ୍ଦେଶକ ଚନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥପାଠ କରିଥିଲେ ।

ଅନ୍ୟପଟେ କୋଭିଡ ମାର୍ଗଦର୍ଶିକାର କଡାକଡି ଅନୁପାଳନ ସହ ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଥିଲା । ଆମ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ ଏବଂ ତ୍ରୁଟିପୂର୍ଣ୍ଣ ନିର୍ବାଚନ ସମାହିତ ହେବା କ୍ଷେତ୍ରରେ ସ୍ବାଧୀନ ମତାଧିକାର ପ୍ରୟୋଗର ଗୁରୁତ୍ଵ ନେଇ ସମସ୍ତ ଅଧିକାରୀ ଶପଥ ପାଠ କରିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

TAGGED:

ABOUT THE AUTHOR

...view details