କଟକ:ମଧୁସୂଦନ ଆଇନ ମହାବିଦ୍ୟାଳାୟକୁ ବିଶ୍ବବିଦ୍ୟାଳୟ ମନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ କାଲିକାରେ ସାମିଲ କଲା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) । ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ପରେ ଏହି ବିଶ୍ବବିଦ୍ୟାଳୟ ଆୟୋଗ ଅଧିନିୟମ ୧୯୫୬ ଧାରା B ଅନୁସାରେ କେନ୍ଦ୍ରୀୟ ଅନୁଦାନ ପାଇବ । ଏନେଇ ନିଜେ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି, ଏହି ନିଷ୍ପତ୍ତି ରାଜ୍ୟର ଆଇନ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୁଯୋଗ ଏବଂ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ସହାୟକ ହୋଇପାରିବ । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଜାତୀୟ ଶିକ୍ଷାନୀତି ପାଇଁ ସଫଳ ହୋଇପାରିଛି । ଏହା ଛାତ୍ରଛାତ୍ରୀଙ୍କୁ ନୂଆ ପରିଚୟ ଦେବା ସହ ରାଜ୍ୟରେ ଆଇନ ଶିକ୍ଷାର ମାନକୁ ମଧ୍ୟ ବଢାଇପାରିବ ବୋଲି ମତ ରଖିଛନ୍ତି ଧର୍ମେନ୍ଦ୍ର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ