ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ଓ କଟକରେ ବିଭିନ୍ନ ଦଳୀୟ ଓ ବେସରକାରୀ କାର୍ଯ୍ୟକ୍ରମରେ ସେ ସାମିଲ ହେବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ତାରା କହିଛନ୍ତି ଯେ, "ଅମିତ ଶାହଙ୍କ ଓଡିଶା ଗସ୍ତ ନିଶ୍ଚୟ ଭାବେ ପ୍ରଭାବ ପଡିବ । କେବଳ ପ୍ରଭାବ ନୁହେଁ ଭୟଭୀତ କରିବ । କଂଗ୍ରେସର ଢୋ, ତେଣୁ ଆମେ ଭୟଭୀତ ହେବାର ନାହିଁ । ଆମର କେହି ବିଧାୟକ, ଶିଳ୍ପପତି କି ବେପାରୀ ନୁହଁନ୍ତି । ତେଣୁ ଆମର କିଛି ହେବନାହିଁ । ବିଜୁ ଜନତା ଦଳ ଭୟଭୀତ ହେବ । ତାଙ୍କର ବେପାରୀ ଓ ଶିଳ୍ପପତି ନେତା ଅଛନ୍ତି ।"
2024ରେ ଦେଶରେ ବିଜେପିର ସିଟ ବଢିବ ନାହିଁ । ସଫା ହୋଇଯିବେ । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା, ଚାଷୀ ବିଜେପିକୁ ବୁଡେଇ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର
TAGGED:
MLA Tara Prasad Bahinipati