ଓଡିଶା

odisha

ସଂକ୍ରମଣ କମୁଛି ସତର୍କ ରୁହ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 30, 2022, 3:59 PM IST

ରାଜ୍ୟରେ ଏବେ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି। ଜିଲ୍ଲାସ୍ତରରେ ଟେଷ୍ଟ ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ

ସଂକ୍ରମଣ କମୁଛି ସତର୍କ ରୁହ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ସଂକ୍ରମଣ କମୁଛି ସତର୍କ ରୁହ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:ରାଜ୍ୟରେ ଏବେ ସଂକ୍ରମଣ ପାଞ୍ଚ ହଜାର ତଳେ ରହିଛି। ଜିଲ୍ଲାସ୍ତରରେ ଟେଷ୍ଟ ଟ୍ରାକିଂ ଓ ଟ୍ରେସିଂ ଜୋରଦାର କରିବାକୁ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ଏଭଳି ସଂକ୍ରମଣ ତଳ ମୁହାଁ ରହିଲେ ଫେବୃଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଆମେ ଭଲ ସ୍ଥିତିକୁ ଆସିଯିବା ।

ସଂକ୍ରମଣ କମୁଛି ସତର୍କ ରୁହ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ହୁଏତ ଆଉ ବିଶେଷ କଟକଣା ଆବଶ୍ୟକ ପଡିନପାରେ। ନିୟମିତ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ପାଇଁ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ତୁଳନାରେ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ଶଯ୍ୟା ଖାଲି ରହିଛି।

ତଥାପି ତୃତୀୟ ଲହରର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯାଉଛି। ଏବେବି ରାଜ୍ୟରେ ଡେଲଟା ଓ ଓମିକ୍ରନ ଭୂତାଣୁ ସକ୍ରିୟ ଅଛନ୍ତି। ଆମକୁ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ।

ସଂକ୍ରମଣ ସଂଖ୍ୟା କମୁଥିଲେ ବି ବିପଦ ଟଳିନାହିଁ। ବର୍ତ୍ତମାନ ସୁଧା 92 ପ୍ରତିଶତ ଟୀକାକରଣ ସମ୍ପୂର୍ଣ୍ଣ ହୋଇଛି। 15-18 ବର୍ଷର ପିଲା ଓ ସମ୍ମୁଖ ଯୋଦ୍ଧା ଟୀକାକରଣକୁ ତ୍ୱରାନ୍ୱିତ କରାଯାଇଛି।

ଏବେ ଦୈନିକ ଟେଷ୍ଟିଂ ବର୍ତ୍ତମାନ 68 ହଜାରରୁ 69 ହଜାର ଟେଷ୍ଟ କରାଯାଉଛି। ଟେଷ୍ଟିଂ ହାର କମିନାହିଁ। ଦେଶରରେ ଅନ୍ୟ ରାଜ୍ୟରେ ସଂକ୍ରମଣ କମିବା ସହିତ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହାର ଲଗାତାର କମିବାରେ ଲାଗିଛି।

ଏହାବି ପଢନ୍ତୁ :Mann ki Baat: ପିଏମ କହିଲେ କର୍ତ୍ତବ୍ୟକୁ ସର୍ବୋପରି କଲେ ହଟିବ ଦୁର୍ନୀତି

ଏହା ଗୋଟିଏ ଭଲ ସ୍ଥିତି। ଆଉ ଗୋଟିଏ ଦିନ ପରେ ଫେବୃଆରୀ ମାସ ପାଇଁ ଆସିବ ଗାଇଡ ଲାଇନ। ସରକାର ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ବିଭାଗରୁ ଫିଡବ୍ୟାକ ନେଉଛନ୍ତି। ଫେବୃଆରୀ ମାସରେ କିଛିଟା କଟକଣା ଜାରି ରହିବ।

ଲୋକମାନଙ୍କର ଜୀବିକା ଯେଭଳି ପ୍ରଭାବିତ ନହେବା ସେଥିପାଇଁ ସରକାର ସଚେତନ ଅଛନ୍ତି। ନିଓକଭ(NeoCov )କୁ ନେଇ ଯେଉଁ କଳ୍ପନା ଜଳ୍ପନା ଆଶଙ୍କା ପ୍ରକାଶ ପାଇଛି ତାହା ଭିତ୍ତିହୀନ। ଏହାର କୈଣସି ପ୍ରାମାଣିକ ତଥ୍ୟ ନାହିଁ ବୋଲି WHO ସ୍ପଷ୍ଟ କରି ସାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details