ଓଡିଶା

odisha

ହୋମ ଆଇସୋଲେସନଙ୍କ ପେଟର ଭୋକ ବୁଝୁଛନ୍ତି ପଣ୍ଡା ପରିବାର

By

Published : Apr 28, 2021, 8:48 PM IST

କୋରୋନା କାଳରେ ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଦଃଖକୁ ବେଶ ବୁଝିଛନ୍ତି ଭୁବନେଶ୍ୱରରେ ରହୁଥିବା ତାପସ ପଣ୍ଡାଙ୍କ ପରିବାର । ଅଧିକ ପଢନ୍ତୁ...

ପେଟର ଭୋକ ବୁଝୁଛନ୍ତି ପଣ୍ଡା ପରିବାର
ପେଟର ଭୋକ ବୁଝୁଛନ୍ତି ପଣ୍ଡା ପରିବାର

ଭୁବନେଶ୍ବର: କୋଭିଡ ମହାମାରୀ ବିରୋଧରେ ସାରା ଦେଶ ଲଢୁଛି । ଆଉ ଏଭଳି ସଙ୍କଟ ସ୍ଥିତିରେ ହୋମ ଆଇସୋଲେସନ ଭୋକିଲାଙ୍କ ପେଟର ଭୋକ ବୁଝୁଛନ୍ତି ପଣ୍ଡା ପରିବାର । ମାଗଣା ରନ୍ଧାଖାଦ୍ୟ ଦେଇ କୋଭିଡ ସମୟରେ ବଦାନ୍ୟତା ଦେଖାଇଛନ୍ତି ପଣ୍ଡା ପରିବାର।

ହୋମ ଆଇସୋଲେସନରେ ଥିବା ପରିବାରଙ୍କ ଦୁଃଖ ବୁଝୁଛନ୍ତି ଭୁବନେଶ୍ୱରର ତାପସ ପଣ୍ଡାଙ୍କ ପରିବାର। ଖାସ ଏଥିପାଇଁ ତ, ଭୋକିଲାଙ୍କ ପେଟର ଭୋକ ବୁଝିବା ପାଇଁ ନିଜ ସୋସିଆଲ ମେଡ଼ିଆରେ ତାପସ ତାଙ୍କୁ ଯୋଗାଯୋଗ କରିବାକୁ କହିଛନ୍ତି । ଯେଉଁଥିପାଇଁ ସେ ତାଙ୍କ ବ୍ୟକ୍ତିଗତ ନମ୍ବର ଦେବାସହ ସ୍ତ୍ରୀ ରାଜଶ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଘରୋଇ ଖାଦ୍ୟ ମଗାଣାରେ ପାଇପାରିବେ ବୋଲି କହିଛନ୍ତି ।

ହୋମ ଆଇସୋଲେସନଙ୍କ ପେଟର ଭୋକ ବୁଝୁଛନ୍ତି ପଣ୍ଡା ପରିବାର

ଆଉ ପ୍ରତିଦିନ ସକାଳ ହେଲେ ତାପସଙ୍କ ପତ୍ନୀ ରାଜଶ୍ରୀଙ୍କ ସହ ଝିଅ ସମ୍ପୂର୍ଣ୍ଣା ଓ ତପସ୍ୟା ଲାଗିପଡନ୍ତି ଭତ, ଡାଲି, ଭଜା, ରୁଟି, ଉପମା ଭଳି ଅନେକ ଖାଇବା ତିଆରିରେ । ଦୁଇ ଝିଅ ପ୍ୟାକିଙ୍ଗ କରିଦେଉଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ହାଇଜେନିକ ଖାଇବା ସହ ରୋଷେଇ ଓ ଖାଦ୍ୟ ପ୍ଯାକିଙ୍ଗ ବେଳେ ଗ୍ଳୋବ୍ସ ଓ ମାସ୍କ ବ୍ୟବହାର କରି ଖାଇବା ତିଆରି କରୁଛନ୍ତି ।

ଆଉ ଏହି ମାଗଣା ଖାଦ୍ୟ ପରଷିବାକୁ ନେଇ ରାଜଶ୍ରୀ କୁହନ୍ତି, ତାଙ୍କ ଭଉଣୀଙ୍କ ପୂରା ପରିବାର ହୋମ ସୋଲେସନରେ ଥିବାବେଳେ ତାଙ୍କୁ ରୋଷେଇ କରି ଖାଇବାକୁ ଦେଉଥିବାବେଳେ ଏଭଳି ରୋଷେଇ ସହ ଅନ୍ୟଙ୍କୁ ଦେବାର ଆନନ୍ଦଙ୍କୁ ସେ ବୁଝିପାରିଥିଲେ । ଆଉ ସେହିଦିନଠୁ ଲୋକଙ୍କୁ ବାଣ୍ଟିଚାଲିଛନ୍ତି ଖାଦ୍ୟ । ଆଉ ଏହି ଖାଦ୍ୟ ଯୋଗାଇବା ଅଭିଯାନ ୪ ଜାନୁଆରୀ ଆରମ୍ଭ ହୋଇଥିଲା ।

ଅନ୍ୟପଟେ ତାପସ ଅର୍ଡ଼ର ଅନୁସାରେ, ଗାଡ଼ିରେ ପତ୍ନୀଙ୍କ ହାତ ତିଆରି ଖାଇବା ନେଇ ପହଞ୍ଚାଇ ଦେଉଛନ୍ତି ଆବଶ୍ୟକ ଥିବା ଲୋକଙ୍କ ପାଖରେ । ଏଭଳି ଖାଦ୍ୟ ବଣ୍ଟନଙ୍କୁ ନେଇ ତାପସ ଯେତିକି ଖୁସି, ଭୋକିଲା ଲୋକର ଭୋକ ବୁଝିବା ପରେ ତାଙ୍କ କୃତଜ୍ଞତାକୁ ନେଇ ସେ ଆହୁରି ଖୁସି ହୁଅନ୍ତି।

ନିଜ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରିଥିବା ଏହି ମାଗଣା ଖାଦ୍ୟ ବଣ୍ଟନକୁ ପଣ୍ଡା ଦମ୍ପତି ସାର୍ବଜନୀନ ସମସ୍ୟା ଭାବି ଖାଦ୍ୟ ଯୋଗାଇ ଚାଲିଥିବା ବେଳେ ତାଙ୍କର ଏହି ବଦାନ୍ୟତା ମନଭାବକୁ ବେଶ ପ୍ରଶଂସା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details