ଓଡିଶା

odisha

ସୋମବାର ଦିନ ୧୨ଟାରେ ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

By

Published : Aug 21, 2022, 10:34 PM IST

ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭୋଗରାଇ ଓ ବାଲିଆପାଳର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ସୋମବାର ଦିନ ୧୨ଟାରେ ରାଜଘାଟରେ ସୁବର୍ଣ୍ଣରେଖା ପିକ୍ ଛୁଇଁବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର flood will reach peak at Rajghat around 12 pm । ଅଧିକ ପଢନ୍ତୁ

ସୋମବାର ଦିନ ୧୨ଟାରେ ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା
ସୋମବାର ଦିନ ୧୨ଟାରେ ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା

ଭୁବନେଶ୍ବର:ସୁବର୍ଣ୍ଣରେଖା ଅବବାହିକାରେ ଆସୁଛି ବଡ଼ ବନ୍ୟା । ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା (Subarnarekha flowing above danger mark)। ସୋମବାର ଦିନ ୧୨ଟାରେ ରାଜଘାଟରେ ସୁବର୍ଣ୍ଣରେଖା ପିକ୍ ଛୁଇଁବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର (flood will reach peak at Rajghat around 12 pm) ।

ସୋମବାର ଦିନ ୧୨ଟାରେ ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା

ରାଜଘାଟରେ ବିପଦ ସଙ୍କେତ ୧୦.୩ ରହିଥିବା ବେଳେ ରାତି ୮ଟା ସମୟରେ ୧୧.୩ମି ରହିଥିଲା ଜଳସ୍ତର । ଫଳରେ ବାଲେଶ୍ବର ସମେତ ମୟୁରଭଞ୍ଜ ଶାରଶକଣାରେ ବି ବନ୍ୟା ଭୟ ସୃଷ୍ଟି ହେଲାଣି। ବନ୍ୟା ମୁକାବିଲା ପାଇଁ ODRAF ଓ NDRF ଟିମ୍‌ ସଜାଗ ରହିଛନ୍ତି । ଏହାସହିତ ଅଗ୍ନିଶମ ବିଭାଗର ଟିମ୍‌ ମଧ୍ୟ ସଜାଗ ରହିଛନ୍ତି । ବସ୍ତା, ବାଲିଆପାଳ, ଜଳେଶ୍ବର ଆଦି ବ୍ଲକରେ ପ୍ରଶାସନିକ ଅଧିକାରୀ ନିୟୋଜିତ ରହିଛନ୍ତି । ବର୍ତ୍ତମାନ ଜଳସ୍ତର ବଢୁଥିବାବେଳେ, ସୋମବାର ଦିନ ୧୨ଟାରେ ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା ।

ଏହା ମଧ୍ୟ ପଢନ୍ତୁ: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ତଳିଆ ଅଞ୍ଚଳରେ ଜିଲ୍ଲାପାଳ

ଅନ୍ୟପଟେ ବୈତରଣୀରେ ଜଳସ୍ତର କମୁଥିଲେ ମଧ୍ୟ ବିପଦ ସଙ୍କେତ ଟଳିନି । ଜଳସ୍ତର ୧୭.୮୭ ବିପଦ ସଙ୍କେତ ଥିବାବେଳେ ବର୍ତ୍ତମାନ ୧୮.୯୯ରେ ଜଳ ପ୍ରବାହ ହେଉଛି । ଫଳରେ ଭଦ୍ରକର ଚାନ୍ଦବାଲି, ଭଣ୍ଡାରିପୋଖରି, ଧାମନଗର ଅଞ୍ଚଳବାସୀ ଏବେବି ଜଳଘେରରେ ରହିଛନ୍ତି ।

ସେପଟେ ମହାନଦୀରେ ଜଳସ୍ତର କମୁଥିବାବେଳେ ସୁବର୍ଣ୍ଣରେଖା ଓ ବୈତରଣୀ ପାଇଁ ସମସ୍ୟା ରହିଛି । ଅନ୍ୟପଟେ ଝାରଖଣ୍ଡର ଓ ଛତିଶଗଡର ଜଳପ୍ରବାହ ଉପରେ ନଜର ରହିଥିବାବେଳେ ଆଇଏମଡିର ପରବର୍ତ୍ତି ପୂର୍ବାନୁମାନ ଓ CWC(Central Water Commission) ରିପୋର୍ଟ ଅନୁସାରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details