ETV Bharat / city

ଟଳୁଛି ବନ୍ୟା ବିପଦ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

author img

By

Published : Aug 21, 2022, 9:23 AM IST

ନଦୀ ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଅଧିକ ପଢନ୍ତୁ

ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର
ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର

ଭୁବନେଶ୍ବର: ଦୁର୍ବଳ ହୋଇଛି ଲଘୁଚାପ । ରାଜ୍ୟରେ ବର୍ଷାର ପରିମାଣ ମଧ୍ୟ କମିଛି । ବର୍ଷା କମୁଥିବାରୁ ବନ୍ୟା ସ୍ଥିତିରେ ସୁଧାର ଆସୁଛି । ନଦୀ ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ଛତିଶଗଡ଼ କିମ୍ବା ଅନ୍ୟ କୌଣସି ପ୍ରମୁଖ ନଦୀ ଉପର ମୁଣ୍ଡରେ ବର୍ଷା ହେଉନାହିଁ । ତେଣୁ ଜଳସ୍ତର କମୁଛି । ସ୍ଥିତି ସ୍ଵାଭାବିକ ହେଲାଣି । ତେବେ ଆଗାମୀ ଦୁଇ ଦିନ ଭିତରେ ରାଜ୍ୟରେ ବନ୍ୟା ସ୍ଥିତି ଆହୁରି ସୁଧୁରିବ । ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ଅଛି । ମୋଟାମୋଟି ଭାବେ ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।

ଏହା ବି ପଢନ୍ତୁ...ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର, ବଡ ବନ୍ୟା ଆଶଙ୍କା

ସେପଟେ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ବୁଢ଼ାବଳଙ୍ଗ ନଦୀ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀ ଜଳସ୍ତର ବଢିବାରୁ ବନ୍ୟା ଆଶଙ୍କା କରାଯାଉଛି । ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷାର ପରିମାଣ ବଢିଛି । ତେଣୁ ଏକ ବଡ ବନ୍ୟା ଆଶଙ୍କା କରାଯାଉଥିବା ସୂଚନା ଦେଇଛନ୍ତି ଯୁଗ୍ମ ସ୍ବତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା । ଏନେଇ ଦୁଇ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.